କେବଳ କୋଭିସିଲ୍ଡ ନୁହେଁ, କୋଭାକ୍ସିନରେ ବି ରହିଛି ପାର୍ଶ୍ବପ୍ରତିକ୍ରିୟା !

Spread the love

ନୂଆଦିଲ୍ଲୀ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲୋକମାନେ କରୋନା ଟୀକା ନେଇଥିଲେ, କିନ୍ତୁ ନିକଟରେ ଯେତେବେଳେ ଲୋକମାନେ କୋଭିସିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ଲୋକମାନଙ୍କର ଚିନ୍ତା ବଢିଯାଇଥିଲା । ଏବେ କୋଭାକ୍ସିନର କେତେକ ପାର୍ଶ୍ବପ୍ରତିକ୍ରିୟା ସଂପର୍କରେ ଜଣାପଡ଼ିଛି ।

କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା କମ୍ପାନି ଆଷ୍ଟ୍ରାଜେନେକା କିଛି ଦିନ ତଳେ କୋର୍ଟରେ ସ୍ୱୀକାର କରିଥିଲା ଯେ ସେମାନଙ୍କ ଟିକା ଗୁରୁତର ରୋଗ ସୃଷ୍ଟି କରିପାରେ। ଏବେ ଭାରତରେ ନିର୍ମିତ ଭାରତ ବାୟୋଟେକ୍ କମ୍ପାନିର ‘କୋଭାକ୍ସିନ୍’ର ପାର୍ଶ୍ୱ ପ୍ରତିକ୍ରିୟା କୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ କୋଭାକ୍ସିନ ନେବାର ୧ ବର୍ଷ ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଲୋକଙ୍କ ଠାରେ ଦେଖିବାକୁ ମିଳିଛି ।

ଏହି ରିପୋର୍ଟ ଅନୁଯାୟୀ, ଏହି ଗବେଷଣା ସମ୍ପୂର୍ଣ୍ଣ କରିବା ପାଇଁ ୧୦୨୪ ଜଣଙ୍କୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୬୩୫ ଜଣ ନାବାଳକ ଥିବା ବେଳେ ୩୯୧ ଜଣ ଯୁବକ ଅଛନ୍ତି। ସମସ୍ତଙ୍କୁ କୋଭାକ୍ସିନ ଦିଆଯାଇଥିଲା ଏବଂ ତଦାରଖ କରାଯାଇଥିଲା। ୩୦୪ କିଶୋର (୪୮%) ଙ୍କ ଠାରେ ଭାଇରାଲ  ଅପର ରେସ୍ପିରେଟୋରି ଟ୍ରାକ୍ ସଂକ୍ରମଣ ଦେଖିବାକୁ ମିଳିଥିଲା। ୧୨୪ ଜଣ ଯୁବକଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏହି ଗବେଷଣାରେ ମହିଳାଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ମାତ୍ର ୧ ପ୍ରତିଶତ ଲୋକଙ୍କ ଶରୀରରେ ଗୁରୁତର ପ୍ରାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *