ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେଡି ୨୪ଟି ବିଧାନସଭା ଆସନରେ ବିଜୟୀ ହେବ: ୫ଟି ଅଧ୍ୟକ୍ଷ

Spread the love

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଏ ଜିତିବ କେତେ ଆସନ , ଏନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିଜର ମତ ରଖିଛନ୍ତି। ସେ କହିଛନ୍ତି ବିଜେଡି ୨୪ଟି ଆସନରେ ବିଜୟୀ ହେବ।
ଏଣେ ବିଜେଡି ମୁଖପାତ୍ର ସ୍ଵୟଂ ପ୍ରକାଶ ମହାପାତ୍ର କହିଛନ୍ତି, ୨୦୧୯ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଛୁଆ ବୋଲି ସମସ୍ତେ ଜାଣୁଥିଲେ କିନ୍ତୁ ଏବେ ସେ ସୁପର ମିଛୁଆ। କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଲେ ୫୦ କୋଟି ଟଙ୍କା ନବକଳେବର ସମୟରେ ଦିଆଯାଇଛି। କିନ୍ତୁ ଏହା ମିଛ। ଆଇଟିଡିସି ଜରିଆରେ ୧୦ କୋଟି ଟଙ୍କା ଆସିଥିଲା ସେଥିରୁ ୬.୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ମିଛ କହୁଛନ୍ତି।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଥମେ ବିରୋଧ କରିଥିଲେ। ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି କିନ୍ତୁ କହୁଛନ୍ତି ସମର୍ଥନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ କରି ଫେରୁଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଉପରେ ଅଣ୍ଡାମାଡ଼ କରାଇଥିଲେ। ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ।

Leave a Reply

Your email address will not be published. Required fields are marked *