ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

Spread the love

ଘସିପୁରା: ପ୍ରାର୍ଥୀ ପତ୍ର ଦାଖଲ କଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଆଜି(ସୋମବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୌମ୍ୟ ।

ସୌମ୍ୟରଞ୍ଜନ ନିଜ ସମର୍ଥକଙ୍କ ସହିତ କେନ୍ଦୁଝର ଜିଲ୍ଲାର ସୀମାନ୍ତ ଜରଦା ଗେଟ୍ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବଡ଼ ପଦନା ଛକ ଦେଇ ସାଇଁ କୂଳଠାରେ ପହଞ୍ଚିବା ପରେ ବେଲବାହାଳୀ ମାର୍କେଟ ଦେଇ ଶାଳପଡା କନକ ମଞ୍ଜରୀ ମହିଳା ମହାବିଦ୍ୟାଳୟ ପଛପଟ ପଡ଼ିଆରେ ଏକତ୍ରୀତ ହୋଇଥିଲେ। ଏହାପରେ ସେଠାରୁ ହଜାର ହଜାର ସମର୍ଥକଙ୍କ ସହିତ ଶୋଭାଯାତ୍ରାରେ ବାହାରି ଶାଳପଡା ବ୍ରିଜ ଛକ ଦେଇ ଦିନ ପ୍ରାୟ ୨ ଟା ସମୟରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *