୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର

Spread the love

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ  ପ୍ରବାହ ଜାରି ରହିଛି। କାଳବୈଶାଖୀ ପ୍ରଭାବରେ ଗତ ବୁଧବାର ସନ୍ଧ୍ୟାରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ଆଜି ତାପମାତ୍ରାରୁ ସାମାନ୍ୟ ଆଶ୍ବସ୍ତି ମିଳିଥିବା ବେଳେ ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହୋଇଛନ୍ତି। ରାଜ୍ୟର ୨୬ଟି ସହରରେ ତାପମାତ୍ରା ୪୦ଡ଼ିଗ୍ରି ଅତିକ୍ରମ କରିଛି। ୪୪.୬ ଡ଼ିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି। ୭ଟି ସହରରେ ଦିନ ତାପମାତ୍ରା ୪୩ଡ଼ିଗ୍ରି କିମ୍ବା ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଭୁବନେଶ୍ବର ଓ କଟକରେ ପାରା ପୁଣି ଥରେ ୪୦ଡ଼ିଗ୍ରି ଅତିକ୍ରମ କରିଛି। ୨୪ଘଣ୍ଟାର ବ୍ରେକ୍‌ ପରେ ଆଜି ପୁଣି ୪୦ଡ଼ିଗ୍ରି ଅତିକ୍ରମ କରିଛି। ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ତାତିରୁ ମିଳିବ ଆଶ୍ବସ୍ତି। ଉପକୂଳ ଓଡ଼ିଶାରେ ତାପମାତ୍ରା ଗୋଟିଏରୁ ଦୁଇ ଡିଗ୍ରି କମିବ। ମାତ୍ର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ତେବେ ୬ ତାରିଖ ବେଳକୁ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଦ୍ବାରା ରାଜ୍ୟରୁ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରେ ବ୍ରେକ୍‌ ଲାଗିବ। ଲଗାତାର ୧୭ ଦିନ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ତ୍ରାହିତ୍ରାହି ଡାକୁଥିବା ଓଡ଼ିଶାବାସୀଙ୍କୁ ଏଭଳି ଆଶ୍ବାସନା ବାଣୀ ଶୁଣାଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

Leave a Reply

Your email address will not be published. Required fields are marked *