ଭଞ୍ଜନଗରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର

Spread the love

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି । ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ।

ପାଣ୍ଡିଆନ କହିଛନ୍ତି ଯେ, ସେମାନେ ଶାସକ ଦଳର ବିରୋଧୀ ନୁହନ୍ତି, ବିକାଶର ବିରୋଧୀ । ଓଡିଶାର ସବୁ ବିକାଶ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ବନ୍ଦ କରିବାକୁ ବିଧିବଦ୍ଧ ଯୋଜନା କରୁଛନ୍ତି ବିରୋଧି । ଏମିତିକି ମା’ ମାନଙ୍କ ଦୁବାଇ ଯିବା ବନ୍ଦ କରିଦେଇଛନ୍ତି ବିରୋଧି । ବିରୋଧୀଙ୍କୁ ମୁଁ ଆହ୍ବାନ କରୁଛି ଯେ ସେମାନେ ଆସନ୍ତୁ, ଦେଖନ୍ତୁ ନବୀନ ବାବୁଙ୍କ ରାଲିରେ ବିଶାଳ ଜନସମୁଦ୍ର ।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ଏବେ ୬୦ କୋଟି ଟଙ୍କାର କାମ ଚାଲିଛି । ଜଗନ୍ନାଥ ମନ୍ଦିର, ମା ବ୍ୟାଘ୍ରଦେବୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ, ଧବଳେଶ୍ବର ମନ୍ଦିର ପାଇଁ ୧.୧୦ କୋଟି, ୧୨୦ଟି  ମନ୍ଦିର, ମସ୍‌ଜିଦ, କମ୍ୟୁନିଟି ସେଣ୍ଟର ବିକାଶ ପାଇଁ ୫.୫୦ କୋଟି, ଋଷିକୂଲ୍ୟା ନଦୀର ନୂଆ ଗାଁ ଡିଷ୍ଟ୍ରିବ୍ୟୁଟାରି ପାଇଁ ୮୦ କୋଟି, ଢୋଲପିଟା ନଦୀଗର୍ଭ ଜଳାଶ୍ରୟ ପ୍ରକଳ୍ପ ପାଇଁ ୩୦.୬୦ କୋଟି, ଷୋଡକ ମାଇନର ଓ ସବ୍‌ ମାଇନର କେନାଲରେ କଂକ୍ରୀଟ ଲାଇନିଂ ପାଇଁ ୬ କୋଟି ଏବଂ ଭଞ୍ଜନଗର, ଜଗନ୍ନାଥପ୍ରସାଦ ବ୍ଲକ୍‌ର ୪୬ଟି ଗ୍ରାମପଞ୍ଚାୟତକୁ ମେଗା ପାଇପ ଜଳଯୋଗାଣ ପାଇଁ ୨୦୦୦ କୋଟି ଟଙ୍କାର କାମ ଚାଲିଛି ବୋଲି କହିଛନ୍ତି ପାଣ୍ଡିଆନ ।

Leave a Reply

Your email address will not be published. Required fields are marked *