ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆସିଥିଲି ସମସ୍ୟା ବୁଝିବାକୁ, ଆଜି ଆସିଛି ତାର ହିସାବ ଦେବାକୁ: ପାଣ୍ଡିଆନ୍‌

Spread the love

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଦଳରୁ ସାଲୁଗା ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଭାବେ ଡ଼ଃ ଅଚ୍ୟୁତ ସାମନ୍ତ ମଧ୍ୟ ଫୁଲବାଣୀ ଠାରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଘୁ.ଉଦୟଗିରିର ଷ୍ଟାଡିୟମରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ଉଭୟ ପ୍ରାର୍ଥୀ। ଆଜିର ଏହି ନିର୍ବାଚନୀ ସଭାରେ ବିଜେଡିର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ନିଜର ନୂଆ ଷ୍ଟାଇଲରେ ନୂତନ ଫଣ୍ଡାରେ ନିର୍ବାଚନୀ ସଭାରେ ପହଞ୍ଚି ସିଧାସଳଖ ଭିଡ଼ ଭିତରକୁ ଚାଲିଚାଲି ଯାଇ ଲୋକଙ୍କ ସହ ହାତ ମିଶେଇ ସେଲ୍ଫି ନେଇ ଲୋକଙ୍କ ଆସ୍ଥାଭାଜନ ହେବା ସହ ଲୋକଙ୍କ ଭିଡରେ ମାଉଥ ଧରି ଭୋଟ ଭିକ୍ଷା କରିଥିଲେ। ଦୀର୍ଘ ସମୟ ଲୋକଙ୍କ ଗହଣରେ କଟେଇବା ପରେ ମଞ୍ଚକୁ ଚଢିଥିଲେ। ମଞ୍ଚରେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଏବଂ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଉପସ୍ଥିତ ଥିଲେ।
ପ୍ରଥମେ ସାଲୁଗା ପ୍ରଧାନ ନିଜ ବକ୍ତବ୍ୟ ରଖି ନିଜର ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନହିତକର କାର୍ଯ୍ୟ ବର୍ଣ୍ଣନା କରିବା ପରେ ସାଂସଦ ପ୍ରାର୍ଥୀ ଡ଼ଃ ସାମନ୍ତ ଭୋଟ ଭିକ୍ଷା କରିଥିଲେ।ଶେଷରେ ବିଜେଡି ର ଷ୍ଟାର ପ୍ରଚାରକ ଭି କେ ପାଣ୍ଡିଆନ ନିଜ ଷ୍ଟାଇଲରେ କୁଇ ଭାଷାରେ ଆବା, ଆଜା, ଗୁଲେ ଲୋକରି ଜେଡା ଜୁହାରି କହି ସମ୍ବୋଧନ କରି ନିଜ ଅଭିଭାଷଣ ଆରମ୍ଭ କରି କହିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଗତ କିଛି ମାସ ତଳେ ଆପଣ ମାନଙ୍କ ସମସ୍ୟା ବୁଝିବାକୁ ଆସିଥିଲେ ଆପଣମାନେ ସେତେବେଳେ ମୋତେ ନିଜ ନିଜ ସମସ୍ୟା ବିଷୟରେ ଲିଖିତ ଭାବେ ଜଣାଇଥିଲେ। ମୁଁ ବର୍ତମାନ ଆସିଛି ତାର ହିସାବ ଦେବାକୁ ଆପଣ ଦେଇଥିବା ଦାବି କେତେ ପୂରଣ ହୋଇଛି ତାର ହିସାବ ମୁଁ ପଢୁଛି କହି ପଢିଥିଲେ।

ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କୋଟି କୋଟି ବ୍ୟୟ କରାଯାଇଛି ଏ ହେଉଛି ତାର ଗୋଟି ଗୋଟି ହିସାବ ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ମୁଁ ଅନୁପ୍ରାଣିତ ତାଙ୍କର କିଛି ଭଲଗୁଣ ଶିକ୍ଷାଲାଭ କରିଛି ତା ମଧ୍ୟରୁ କଥା କମ କାମ ଅଧିକ ଏଣୁ ମୁଁ ବେଶୀ କହିବି ନାହିଁ କାମ କରିବି। ପୁଣି ନିର୍ବାଚନ ସରିଲେ ଆସିବି ପୁଣି ହିସାବ ଦେବୀ। ବିରୋଧୀ ଆମ ଯୋଜନାରେ ଅସହିଷ୍ଣୁ ହୋଇପଡ଼ିଛନ୍ତି ବିଭିନ୍ନ ବିଭ୍ରାନ୍ତକର ପ୍ରଚାର କରୁଛନ୍ତି ତାଙ୍କ କଥାରେ ନ ପଡି ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ନିମନ୍ତେ ଓଡିଶାକୁ ଆଗକୁ ବଢ଼େଇବା ନିମନ୍ତେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଜେପି ଏବଂ କଂଗ୍ରେସ ଦଳର କିଛି କର୍ମୀ ଆଜି ବିଜେଡିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *