11

KARTAVYA NEWS ନାମରେ ଚାଲିଥିବା ୟୁଟ୍ୟୁବ ଚ୍ୟାନେଲର କର୍ତ୍ତବ୍ୟ ଖବରକାଗଜ ସହିତ କୌଣସି ସଂପର୍କ ନାହିଁ

Spread the love

ଭୁବନେଶ୍ବର : ‘କର୍ତ୍ତବ୍ୟ’ ସାପ୍ତାହିକ ସମ୍ବାଦପତ୍ର ହେଉଛି ରାଜ୍ୟର ଅନ୍ୟତମ ଅଗ୍ରଣୀ ସାପ୍ତାହିକ ସମ୍ବାଦପତ୍ର ଯାହାକି ଦୀର୍ଘ ୧୫ ବର୍ଷ ହେବ ନିୟମିତ ଭାବେ ଭୁବନେଶ୍ବରରୁ ପ୍ରକାଶ ପାଇ ଆସୁଛି | ଏହି ସମ୍ବାଦପତ୍ର ନିରପେକ୍ଷ ସାପ୍ତାହିକ ଭାବେ ରାଜ୍ୟର ପାଠକପାଠିକାମାନଙ୍କ ମହଲରେ ବେଶ୍ ସୁପରିଚିତ | ଏହାକୁ ରେଜିଷ୍ଟ୍ରାର ଅଫ ନିଉଜ ପେପରସ ଅଫ ଇଣ୍ଡିଆ ସ୍ବୀକୃତି ପ୍ରଦାନ କରିଛନ୍ତି | ଏହି ସମ୍ବାଦପତ୍ରର ନିଜସ୍ବ  ପୋର୍ଟାଲ ରହିଛି ଯାହାର ଆଡ୍ରେସ ହେଉଛି www.kartabyalive.in | ତେବେ ସଂପ୍ରତି ୟୁଟ୍ୟୁବ ଚ୍ୟାନେଲ ଛତୁ ଫୁଟିଲାଭଳି ରାଜ୍ୟରେ ବ୍ୟାପି ଚାଲିଛି | ଏହି ଚ୍ୟାନେଲ ଗୁଡ଼ିକ ଉପରେ ନା ସରକାରଙ୍କର କୌଣସି ନିୟମନ୍ତ୍ରଣ ରହିଛି ନା ୟୁଟ୍ୟୁବର | ଯିଏ ଯେତେବେଳେ ଚାହୁଁଛି ଯେ କୌଣସି ନାମରେ ଚ୍ୟାନେଲଟିଏ ଖୋଲି ଏଥିରେ ଭିଡ଼ିଓ ପକାଇ ଚାଲିଛି |
ଏହି ପରିପ୍ରେକ୍ଷୀରେ KARTAVYA NEWS ନାମରେ ଏକ ୟୁଟ୍ୟୁବ ଚ୍ୟାନେଲ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଦେଖାଯାଉଛି | ତେବେ ଏହି ଚ୍ୟାନେଲ ସହିତ କର୍ତ୍ତବ୍ୟ ଖବର କାଗଜର କୌଣସି ସଂପର୍କ ନାହିଁ ବୋଲି କର୍ତ୍ତବ୍ୟର ସଂପାଦିକା ଦୀପ୍ତିମୟୀ କର ଜଣାଇଛନ୍ତି |

ଏହି ଚ୍ୟାନେଲ କେଉଁ ଉଦ୍ଦେଶ୍ୟ ରଖି କର୍ତ୍ତବ୍ୟ ଖବର କାଗଜ ର ନାମକୁ ବ୍ୟବହାର କରି ଚ୍ୟାନେଲ କରିଛି ତାହା ସମ୍ବାଦପତ୍ର ବା ଏହାର ସଂପାଦିକାଙ୍କୁ ଅଜଣା | ଏ ନଇ ସେ ଆଇନର ଆଶ୍ରୟ ନେବେ ବୋଲି କହଛନ୍ତି | ତେବେ ପାଠକପାଠିକା ଓ ଦର୍ଶକମାନଙ୍କୁ ଅନୁରୋଧ KARTAVYA NEWS ରେ ଦେଖାଯାଉଥିବା ଭିଡ଼ିଓ ସହିତ କର୍ତ୍ତବ୍ୟ ସାପ୍ତାହିକ ସମ୍ବାଦପତ୍ରର କୌଣସି ସଂପର୍କ ନାହିଁ ବୋଲି ଜାଣିବା ଉଚିତ |
କର୍ତ୍ତବ୍ୟ ସମ୍ବାଦପତ୍ରର ନିଜସ୍ବ ୟୁଟ୍ୟୁବ ଚ୍ୟାନେଲ ଏବେ ନୂଆକରି ଖୋଲିଛି | ଉଭୟ ଚ୍ୟାନେଲର ସ୍କ୍ରିନ ସଟ ଏଠାରେ ଦିଆଗଲା |

Untitled 1.tif

 

 

11

 

କର୍ତ୍ତବ୍ୟ ସମ୍ବାଦପତ୍ରର ନିସ୍ବ ଚ୍ୟାନେଲେର କର୍ତ୍ତବ୍ୟର ଲୋଗୋ ବ୍ୟବହୃତ ହୋଇଛି | ତେଣୁ ପାଠକପାଠିକା ଓ ଦର୍ଶକମାନେ ଭ୍ରମରେ ପଡିବା ଅନୁଚିତ |

Leave a Reply

Your email address will not be published. Required fields are marked *