ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

Spread the love

ଢେଙ୍କାନାଳ: ପୋଲିସର ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର। କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗ୍‌ର ସୁବାସ ଖୁଣ୍ଟିଆକୁ ଏନ୍‌କାଉଣ୍ଟର କରିଛି ମାକ୍ଷାନଗର ପୁଲିସ । ସୁବାସର ଗୋଡ଼ରେ ବାଜିଛି ଗୁଳି। ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସୁବାସ ଖୁଣ୍ଟାପଶି-ଗୁଣ୍ଡିଚାନାଳୀ ଜଙ୍ଗରରେ ଥିବା କାମାକ୍ଷାନଗର ପୋଲିସ ଖବର ପାଇଥିଲା। ଆଜି ଭୋର ପ୍ରାୟ ୪ ଟାରେ ପୋଲିସ ଚଢ଼ାଉ କରିଥିଲା। ସୁବାସ ଓ ତାର ସହଯୋଗୀ ପୋଲିସକୁ ଦେଖି ବୋମା ପକାଇବା ସହ ଓ ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ସୁବାସ ଉପରେ ପାଲଟା ଗୁଳି ଚଳାଇଥିଲା। ସୁବାସର ସହଯୋଗୀ ପୋଲିସକୁ ଚକମା ଦେଇ ଖସି ଯାଇଥିଲା।

ଅନ୍ୟପଟେ ସୁବାସର ଗୋଡରେ ଗୁଳି ବାଜିଥିବାରୁ ଗୁରୁତର ହୋଇପଡିଥିଲା। ଫଳରେ ପୋଲିସ ସୁବାସକୁ ଗୁରୁତର ଭାବେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ଏହି କୁଖ୍ୟାତ ଅପରାଧୀ ନାଁରେ ରହିଛି ୧୮ଟି ମାମଲା। ଦୁଇଟି ହତ୍ୟା ଓ ଡକାୟତି ସହ ଦାଦାବଟି ଭଳି ସଙ୍ଗୀନ ଅଭିଯୋଗ ରହିଛି। ଏହାସହ ସୁବାସ ଠାରୁ ବନ୍ଧୁକ ଜବତ କରିଛି ପୋଲିସ।

Leave a Reply

Your email address will not be published. Required fields are marked *