ମେ ୬ରୁ ଓଜେଇଇ, ୱେବସାଇଟରେ ଉପଲବ୍ଧ ହେଲା ଆଡମିଟ୍ କାର୍ଡ

Spread the love

ଭୁବନେଶ୍ଵର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଆସନ୍ତା ମେ’୬ ତାରିଖରୁ ଆରମ୍ଭ ହେବ । ଏହି ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି (କମ୍ପ୍ୟୁଟର ବେସ ଟେଷ୍ଟ) ମୋଡରେ କରାଯିବ । ଏଥିପାଇଁ ଆରମ୍ଭ ହୋଇଛି ଆଡମିଟ୍ କାର୍ଡ ଡାଉନଲୋଡ ପ୍ରକ୍ରିୟା । ଛାତ୍ରଛାତ୍ରୀମାନେ ତାଙ୍କ ଆଡମିଟ୍ କାର୍ଡ ଓଜେଇଇ ୱେବ୍ସାଇଟ୍ www.ojee.nic.inରେ ଲଗଇନ୍ କରି ନିଜର ଆପ୍ଲିକେସନ ନମ୍ବର ଏବଂ ପାସୱାର୍ଡ ଦେଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।

ହେବାକୁ ଥିବା ଏହି ପରୀକ୍ଷା ମେ’ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ରାଜ୍ୟ ଭିତରେ ପ୍ରାୟ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ । ପ୍ରତିଦିନ ତିନୋଟି ସିଫ୍ଟ ରହିବ । ପ୍ରତି ଦୁଇଘଣ୍ଟା ବ୍ୟବଧାନରେ ସିଫ୍ଟ ଓ୍ବାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ୮ ଟା ୩୦ ମିନିଟରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ୩୦ରେ ଶେଷ ହେବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ମିନିଟରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୩୦ ମିନିଟ ପର୍ଯ୍ୟନ୍ତ ଏବଂ ତୃତୀୟ ସିଫ୍ଟ ଅପରାହ୍ନ ୪ଟା ୩୦ ମିନିଟରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ ଓ କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ ।

Leave a Reply

Your email address will not be published. Required fields are marked *