ସୁନ୍ଦରଗଡ଼ରେ ହିଟ୍ ଆଣ୍ଡ ରନ୍: ମଦୁଆ ଡ୍ରାଇଭରଙ୍କ ସିରିଜ ଦୁର୍ଘଟଣା, ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ସ୍କୋର୍ପିଓ ପିଟି ଚାଲିଲା

Spread the love

ସୁନ୍ଦରଗଡ଼: ସୁନ୍ଦରଗଡରେ ମଦୁଆ ସ୍କୋର୍ପିଓ ଚାଳକ କଲେ ସିରିଜ ଦୁର୍ଘଟଣା। ସୁନ୍ଦରଗଡ ସହର ଶଙ୍କରାରୁ ବାହାରିଲା ସ୍କୋର୍ପିଓ। ହୋଲି ଖେଳି ପୁରା ମତୁଆଲା ହୋଇଯାଇଥିଲେ ଡ୍ରାଇଭର ଓ ଆଉ ଜଣେ ଯୁବକ। ଆରମ୍ଭ ହୋଇଯାଇଥିଲା ଦୁର୍ଘଟଣା। ସୁନ୍ଦରଗଡ ମେଡ଼ିକାଲ କଲେଜ ସମ୍ମୁଖରୁ ଗୋଟିଏ ବାଇକ ଚାଳକକୁ ଧକ୍କା ଦେବା ପରେ ଆହୁରି ଦ୍ରୁତଗତିରେ ଆଗକୁ ବଢିଥିଲା ଗାଡ଼ି। ୧୩୦ ରୁ ୧୪୦ ଗତିରେ ଆଗକୁ ବଢିଥିଲା। ମିସନ୍ ରୋଡ଼ରେ ଗୋଟିଏ କାରକୁ ଧକ୍କା ଦେଲା। ଧକ୍କାରେ କାରଟି ଦୁଇ ଥର ଓଲଟି ଭାଙ୍ଗି ଚୂରମାର ହୋଇଗଲା। ଏହା ପରେ ବି ମାତଲ୍ ଡ୍ରାଇଭର ଅଟକି ନଥିଲା। ଆଗକୁ ବଢ଼ି ୩ ଟି ବାଇକ ଓ ଗୋଟାଏ ସାଇକେଲ ଚାଳକକୁ ଧକ୍କ ଦେବା ପରେ ଶେଷରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଲା।
ମଦୁଆ ଯେଉଁ ଭଳି ଦୁର୍ଘଟଣା ଘଟାଇ ଚାଲି ଥିଲେ ଯେ ଦେଖିବା ଲୋକ ବି ରାସ୍ତା ଛାଡି ଦୌଡ଼ି ପଳାଇଥିଲେ। ସାଇକଲ ଚାଳକ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ଥିବା ବେଳେ ଆହୁରି ୪ ରୁ ୫ ଜଣ ସାମାନ୍ୟ ଆହତ ଅଛନ୍ତି। ଘଟଣା ସ୍ଥଳରେ ସୁନ୍ଦରଗଡ ଟାଉନ ଥାନା ପୁଲିସ ପହଞ୍ଚି ମଦୁଆ ସ୍କୋର୍ପିଓ ଚାଳକଙ୍କୁ ନେଇ ଅଟକ ରଖିଛି।
ଦୁର୍ଘଟଣାରେ ଗୁରୁତର ଆହତ ହେଇଥିବା ବ୍ୟକ୍ତି ହେଲେ ପର୍ଶୁରାମ ବେହେରା ୬୦। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।
ମଦୁଆ ଡ୍ରାଇଭର ଜଣକ ହେଲେ ସୁନ୍ଦରଗଡ ମେଡ଼ିକାଲ କଲେଜ ସମ୍ମୁଖରେ ଥିବା ସେଲୁନ ମାଲିକ ରମେଶ ଶର୍ମା। ସେ ଜଣେ ପୁଲିସ କର୍ମଚାରୀଙ୍କ ଗାଡ଼ି (ଓଡି୧୪- ଏଡି ୨୪୦୧) ମାଗି ନେଇ ଆସିଥିବା କୁହାଯାଉଛି। କେଉଁସ୍ଥିତିରେ ପୁଲିସ କର୍ମଚାରୀ ଜଣେ ମଦୁଆ ଚାଳକଙ୍କୁ ଗାଡ଼ି ଦେଲେ। ତାହା ସ୍ପଷ୍ଟ ହୋଇ ନଥିବାବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *