ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ଦେବଗଡ଼ ଓ ଗ୍ରାମାଞ୍ଚଳ କଟକରେ ନୂଆ ଏସପି ନିଯୁକ୍ତ

Spread the love

ଭୁବନେଶ୍ୱର: ନିର୍ବାଚନ ଆୟୋଗ ବା କମିସନଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ସରକାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳରେ ଏସପି ପଦବୀରେ ପରିବର୍ତ୍ତନ କରିଛନ୍ତି। ଅଣକ୍ୟାଡର ଅଫିସର ରାମ ପ୍ରସାଦ ସାହୁ ଓ ମିହିର କୁମାର ପଣ୍ଡାଙ୍କୁ ଏସପି ପଦରୁ ବଦଳି କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ।

ବର୍ତ୍ତମାନ ଭିଜିଲାନ୍ସ ସଂସ୍ଥାର ଏସପି ଭାବେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଅନୁପମା ଜେମ୍ସଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୦୧୩ କ୍ୟାଡର ଅଫିସର ତଥା ଜେମ୍ସଙ୍କ ବ୍ୟାଚମେଟ୍ ଲୋଗାନାଗୀ ଦିବ୍ୟାଙ୍କୁ କଟକ ଗ୍ରାମାଞ୍ଚଳ ପାଇଁ ଏସ୍ ପି ଭାବେ ଦାୟିତ୍ବ ଦିଆଯାଇଛି। ଦିବ୍ୟା ପୂର୍ବରୁ ଭିଜିଲାନ୍ସ ରେ ଏସପି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

ବଦଳି ପରେ ଉଭୟ ସାହୁ ଓ ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହିଭଳି ଭାବେ ନିକଟରେ ଢେଙ୍କାନାଳ ଜିଲ୍ଲାପାଳ ଭାବେ ଆଇଏଏସ୍ ଅଫିସର ଅମୃତ ଋତୁରାଜଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଶ୍ରମ କମିଶନର ଭାବେ କାର୍ଯ୍ୟରତ ଋତୁରାଜ ଅଣକ୍ୟାଡର ଅଧିକାରୀ ମନୋରଞ୍ଜନ ମଲ୍ଲିକଙ୍କ ସ୍ଥାନ ନେଇଛନ୍ତି। ନିର୍ବାଚନ ଆୟୋଗଙ୍କ ସରକାରୀ ବିବୃତିରେ ସ୍ପଷ୍ଟ କରାଯାଇଛି ଯେ ଜିଲ୍ଲାରେ ଜିଲ୍ଲାପାଳ ଏବଂ ଏସପି ପଦବୀ ଯଥାକ୍ରମେ ଭାରତୀୟ ପ୍ରଶାସନିକ ଏବଂ ଭାରତୀୟ ପୋଲିସ ସେବାର ଅଧିକାରୀଙ୍କ ପାଇଁ ସଂରକ୍ଷିତ ରହିଛି ।

Leave a Reply

Your email address will not be published. Required fields are marked *