ଓଡ଼ିଶାରୁ ଫେରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଉଚ୍ଚ ପ୍ରଶଂସା କଲେ ବିଲ୍ ଗେଟସ

Spread the love

ଓଡ଼ିଶାରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ। ଓଡ଼ିଶା ଗସ୍ତର ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି। ଓଡ଼ିଶା ଗସ୍ତରୁ ତାଙ୍କୁ ପ୍ରେରଣା ମିଳିଥିବା କହିଛନ୍ତି। ଗତ ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ଦ୍ରୁତ ପ୍ରଗତି ହୋଇଛି। ଦାରିଦ୍ର୍ୟ ହ୍ରାସ ପାଇଥିବା ବେଳେ ଆର୍ଥିକ ବିକାଶ ଦ୍ରୁତ ହୋଇଛି।

ଓଡ଼ିଶାରେ ସୁଶାସନ ପାଇଁ 5T ବ୍ୟବସ୍ଥା କଥା ଉଲ୍ଲେଖ କରିଛନ୍ତି ବିଲ ଗେଟ୍ସ। ଏ ସଂପର୍କରେ 5 T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ କଥା ହୋଇଥିଲେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା। ସେହିପରି ଗରିବ ଲୋକଙ୍କ ପାଇଁ ବିଜୁଳି ବ୍ୟବସ୍ଥା, ରାସ୍ତାଘାଟର ଉନ୍ନତି, ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି ବିଲ୍ ଗେଟ୍ସ।

ଓଡ଼ିଶାରେ ପ୍ରଗତିର କାହାଣୀ ତାଙ୍କୁ ପ୍ରେରଣା ଦେଇଥିବା କହିଛନ୍ତି। ଓଡ଼ିଶା ଗସ୍ତରେ ସେ କୃଷି ଭବନ ପରିଦର୍ଶନ କରିଥିଲେ। ରାଜ୍ୟର ଚାଷୀଙ୍କୁ DPI ଜରିଆରେ କିପରି ଉନ୍ନତ କରାଯାଉଛି ତାର ମଧ୍ୟ ପ୍ରଶଂସା କରିଛନ୍ତି ବିଲ୍ ଗେଟ୍ସ। ଏଥିସହ ଭାରତ ଗସ୍ତରେ ମୋଦିଙ୍କ ସହ ସାକ୍ଷାତ, ଭାରତର ଡିଜିଟାଲ ବିକାଶ ଆଦି ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *