ମୋଦୀଙ୍କ ପାଖରେ କୁହୁକ ପ୍ରଦୀପ ଅଛି କି ? ବିଜେପିକୁ ୩୭୦ ଆସନ ମିଳିବା ପ୍ରସଙ୍ଗରେ କହିଲେ ଫାରୁକ୍ ଅବଦୁଲ୍ଲା

Spread the love

Farooq_1703940486

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ୩୭୦ ଆସନ ଜିତିବ ଓ ଏନଡିଏ ୪୦୦ରୁ ଅଧିକ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଦାବି ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି। କିଛି ବିରୋଧୀ ଦଳ ନେତା ଏହାକୁ ଅହଂକାର କହୁଥିବା ବେଳେ କିଛି ନେତା ନିର୍ବାଚନରେ ହେରାଫେରି କଥା କହୁଛନ୍ତି। ଏଭଳି ସ୍ଥିତିରେ ନ୍ୟାସନାଲ କନଫରେନ୍ସ ନେତା ତଥା ସାଂସଦ ଫାରୁକ୍ ଅବଦୁଲ୍ଲାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାବି ଉପରେ ପ୍ରଶ୍ନ ପଚରାଯାଇଥିଲା। ତେବେ ଏହାକୁ ନେଇ ଫାରୁକ୍ ଅବଦୁଲ୍ଲା ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଛନ୍ତି। ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ କୁହୁକ ପ୍ରଦୀପ ରହିଛି। ତେଣୁ ସେ ଯାହା କହୁଛନ୍ତି ତାହା ସତ ହୋଇପାରେ ।
ବିଜେପି କୁ ୩୭୦, ଏନଡିଏକୁ ୪୦୦ ଆସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନ ଉପରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ସବୁଠାରୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ପିଏମ ମୋଦୀ କେମିତି ଜାଣିବେ ଯେ ବିଜେପିର ୩୭୦ ଟି ଆସନ ଆସିବ?ଯଦି କେହି ଏଭଳି ଦାବି ସହ କଥା ହୁଅନ୍ତି ତେବେ ଏହାର ଅର୍ଥ ହେଉଛି ଇଭିଏମ୍ ଭିତରେ ଲୁଚି ରହିଛି ଏକ ରହସ୍ୟ।

Leave a Reply

Your email address will not be published. Required fields are marked *