୧୨ ଟିକିଆ ହାତୀପଲ ଆତଙ୍କ

Spread the love

12-HATI-1

ବ୍ରହ୍ମପୁର  : ଆସିକା ରେଞ୍ଜରେ ୧୨ ଟିକିଆ ହାତୀପଲ ଆତଙ୍କ । ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ପଶି ଖେଳାଉଛନ୍ତି ଆତଙ୍କ। ଗତକାଲି ହାତୀ ଦେଖି ବାଇକରୁ ପଡ଼ି ସନ୍ତୋଷ ବିଷୋୟୀ ନାମକ ଜଣେ ବ୍ୟକ୍ତି ଗୁରୁତର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସନ୍ତୋଷ ନିଜ ଗାଁକୁ ଯାଉଥିବାବେଳେ ଷଡ଼ଙ୍ଗପଲ୍ଲୀ ନିକଟରେ ଦୂରରୁ ହାତୀକୁ ଦେଖି ବାଇକରୁ ପଡ଼ି ଯାଇଥିଲେ। ଫଳରେ ସେ ବାଇକରୁ ପଡି ତାଙ୍କ ହାତ ମଧ୍ୟ ଭାଙ୍ଗି ଯାଇଥିବା ବେଳେ ତାଙ୍କ ସେଠାରୁ ଗୁରୁତର ଅବସ୍ଥାରେ ବନ ବିଭାଗ ଉଦ୍ଧାର କରି ପ୍ରଥମେ ଶେରଗଡ଼ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି ।

ସେପଟେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟ ଗାଁରେ ପଶି ଖେଳାଉଛନ୍ତି ଆତଙ୍କ। ଧରାକୋଟ ଓ ଷଡ଼ଙ୍ଗିପଲ୍ଲୀରେ ଘରଦ୍ବାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଫସଲ। ଫଳରେ ଲୋକେ ଆତଙ୍କିତ ହୋଇ ରହୁଛନ୍ତି। ହାତୀ ପ୍ରବେଶକୁ ରୋକିବା ପାଇଁ ସନ୍ଧ୍ୟା ହେଲେ ବିଦ୍ୟୁତ କାଟ୍ କରାଯାଉଛି। ହାତୀଙ୍କୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯିବା ସହ ଲୋକଙ୍କୁ ଘରୁ ନବାହାରିବାକୁ ସଚେତନ କରାଯାଉଛି।

Leave a Reply

Your email address will not be published. Required fields are marked *