ପୈତୃକ ଘର ଦାନ କରି ନିଜର ମନ କଥା ଖୋଲି କହିଲେ ମୁଖ୍ୟମନ୍ତ୍ରୀ

Spread the love

khat

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ନିଜର ପୈତୃକ ଘର ଦାନ କରି ଦେଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରରେ ରହିଛି।

ସୂଚନାଯୋଗ୍ୟ, ସୋମବାର ସକାଳେ ଅର୍ଥ‌ାତ ଜାନୁଆରି ୨୯ ତାରିଖରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ରୋହତକରୁ ଭିବାନୀ ଅଭିମୁଖେ ଯାତ୍ରା କରୁଥିଲେ। ଏହି ‌ଯାତ୍ରା ସମୟରେ ସେ ଯାଇ ତାଙ୍କ ପୈତୃକ ଗ୍ରାମ ବାନିୟାନିରେ ପହଞ୍ଚିଥିଲେ।

ସେଠାରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ସହ କିଛି ସମୟ କଥାବାର୍ତ୍ତା ହେବା ପରେ ମନୋହର ଲାଲ ତାଙ୍କର ପୈତୃକ ସମ୍ପତ୍ତି ଅର୍ଥାତ ପୈତୃକ ଘରକୁ ଗ୍ରାମ ପଞ୍ଚାୟତକୁ ହସ୍ତାନ୍ତର କରିଥିଲେ।

ପୈତୃକ ସମ୍ପତ୍ତି ଦାନ କରିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଗ୍ରାମବାସୀଙ୍କୁ କହିଥିଲେ, ‘ଆଜ୍ଞା ଆଜି ମୁଁ ଆପଣଙ୍କୁ ମୋ ମନର କଥା ଖୋଲି କହୁଛି। ପୈତୃକ ସମ୍ପତ୍ତି ଦାନ କରିବା ନିଷ୍ପତ୍ତି ମୁଁ ବହୁତ ଭାବି ଚିନ୍ତି ନେଇଛି।

କାରଣ ଏହି ଘର ମୋର ମାତାପିତାଙ୍କ ପ୍ରତୀକ। ଯାହାକୁ ସେମାନେ ମୋ ନାମରେ କରିଥିଲେ। ଏହି ପ୍ରତୀକକୁ ମୁଁ ଆପଣମାନଙ୍କ ହାତକୁ ‌‌ଟେକି ଦେଉଛି। ମୋ ଆଶା ଦାନ କରିଥିବା ଏହି ପୈତୃକ ଘରେ ଏକ ଇ-ଲାଇବ୍ରେରୀ ତିଆରି କରାଯାଉ। ଯାହାକି ଗାଁର ପରବର୍ତ୍ତୀ ପିଢ଼ି ପାଇଁ ଉପଯୋଗୀ ହେବ। ଛାତ୍ରଛାତ୍ରୀମାନେ ଏହା ଦ୍ବାରା ‌କେମିତି ଉପକୃତ ହେବେ ତାହାକୁ ଧ୍ୟାନରେ ରଖି ଇ-ଲାଇ‌ବ୍ରେରୀ ଗଢ଼ାଯାଉ।’

Leave a Reply

Your email address will not be published. Required fields are marked *