ନୀତୀଶ କୁମାରଙ୍କ ପ୍ରତି ବିଦ୍ରୂପ କରି କହିଲେ କଂଗ୍ରେସ ନେତା

Spread the love

tariq

ନୂଆଦିଲ୍ଲୀ: ଜଣଙ୍କୁ ବିବାହ କଲ ଓ ଆଉ ଜଣଙ୍କ ସହିତ ସମ୍ପର୍କ ରଖିଲ ବୋଲି ଆଜି କଂଗ୍ରେସ ନେତା ତାରିକ୍‌ ଅନ୍‌ୱାର୍‌ ବିବାହରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତି ବିଦ୍ରୂପ କରି କହିଛନ୍ତି।

ମାଇକ୍ରୋବ୍ଲଗିଙ୍ଗ୍‌ ସାଇଟ୍‌ ‘ଏକ୍ସ୍‌’ରେ ତାରିକ୍‌ ଅନ୍‌ୱାର୍‌ ଲେଖିଛନ୍ତି, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଜଣଙ୍କୁ ବାହା ହେବା ଓ ଆଉ ଜଣଙ୍କ ‌ସଙ୍ଗେ ସମ୍ପର୍କ ରଖିବା। ଏଇଟା ନୀତୀଶ କୁମାରଙ୍କର ସ୍ବଭାବ ହୋଇଯାଇଛି।

ବିହାରରେ ରାଜନୈତିକ ବାଦବିସମ୍ବାଦ ଚାଲିଥିବା ବ‌େଳେ ଆଜି ବିଧାୟକମାନଙ୍କ ବୈଠକରେ ନୀତୀଶ କୁମାର କହିଲେ ଯେ, ଇସ୍ତଫା ଦେବା ପାଇଁ ସେ ଖୁବ୍‌ ଶୀଘ୍ର ରାଜ୍ୟପାଳଙ୍କ ନିକଟକୁ ଯିବେ।

ସୂଚନାଯୋଗ୍ୟ, ଯେକୌଣସି ନି‌ଷ୍ପତ୍ତି ନେବା ଲାଗି ‘ଜେଡି(ୟୁ)’ ନେତାମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ଅଧ୍ୟକ୍ଷ ନୀତୀଶ କୁମାରଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିଲେ।

ସେପଟେ, ବିଜେପି ବୈଠକରେ ଯୋଗ ଦେବା ଲାଗି ସାଂସଦ ରବିଶଙ୍କର ପ୍ରସାଦ ଓ ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ ମଧ୍ୟ ପାଟନାସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନୀତୀଶ କୁମାର ଇସ୍ତଫା ଦେବା ପୂର୍ବରୁ ବିଜେପି ସମର୍ଥନ ପତ୍ର ଦେଉ ବ‌ୋଲି ‘ଜେଡି(ୟୁ)’ର ବିଧାୟକ ଦଳ ପାର୍ଟିରେ ବିଧାୟକମାନେ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *