କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା; ୨ମହିଳାଙ୍କୁ କଚାଡି ମାରିଲା

Spread the love

Deogarh_1706327318

ଦେବଗଡ଼ : ଅନ୍ଧାର ରାତିରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା। ଶୁଣ୍ଢରେ ଉଠାଇ ମହିଳା ଦୁଇ ଜଣଙ୍କୁ କଚାଡି ମାରିଲା। ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ମୃତକ ମହିଳା ଦ୍ୱୟ ହେଲେ ସୁରୁବାଲି କିସାନ ଓ ଖଇରି କିସାନ।
ଗତ ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରି ଘରେ ଶୋଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଆସିଥିଲା। ହାତୀଟିକୁ ଦେଖି ସୁରୁବାଲି ଓ ଖଇରି ଜୀବନବିକାଳେ ଘରୁ ଦୌଡ଼ି ପଳାଇଯାଇଥିଲେ। ହେଲେ ଦନ୍ତାଟି ସେମାନଙ୍କୁ ଛାଡ଼ିନଥିଲା। ଶୁଣ୍ଢରେ ଉଠାଇ ସେମାନଙ୍କୁ କଚାଡି ଦେଇଥିଲା। ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ତେବେ ହାତୀଟି କେଉଁଠି ଲୁଚି ରହିଛି ନା, ଜଙ୍ଗଲକୁ ପଳାଯାଇଛି ତାହା ସ୍ପଷ୍ଟ ହୋଇନାହିଁ।
ମହିଳାଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ଯାଇଛି। ବାରମ୍ବାର ହାତୀପଲ ଗାଁ ଭିତରକୁ ପଶିଆସି ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *