ଗଣତନ୍ତ୍ର ଦିବସ ପାଳନ ସମୟରେ ଅଚେତ ହୋଇପଡ଼ିଲେ ପୂର୍ବତନ ଡେପୁଟି ସିଏମ

Spread the love

sds

ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଗଣତନ୍ତ୍ର ଦିବସ ପାଳନ ଅବସରରେ ତେଲେଙ୍ଗାନାର ପୂର୍ବତନ ଡେପୁଟି ସିଏମ ମହମୁଦ ଅଲି ହଠାତ ଅଚେତ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ମହମୁଦ ଅଲି କେସିଆର ପାର୍ଟିର ବିଆରଏସର ନେତା। ସେ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ତେଲେଙ୍ଗାନାର ଡେପୁଟି ସିଏମ ରହିଥିଲେ। କିସିଆରର ଦ୍ବିତୀୟ କାର୍ଯ୍ୟାଳୟରେ ମହମୁଦ ଅଲ୍ଲିଙ୍କୁ ରାଜ୍ୟ ଗୃହ ମନ୍ତ୍ରାଳୟ, ଜେଲ ସେବା ପ୍ରଦାନ କରାଯାଇଥିଲା

ମହମୁଦ ଅଲ୍ଲି ତେଲେଙ୍ଗାନାରେ ଗୃହମନ୍ତ୍ରୀ ରହିବା ସମୟରେ ମହିଳାଙ୍କୁ ନେଇ ଏକ ବୟାନ ଦେଇଥିଲେ। ଯାହାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ମହମୁଦ କହିଥିଲେ, ‘ଛୋଟ ପୋଷାକ ପିନ୍ଧିଲେ ମହିଳାଙ୍କୁ ଅସୁବିଧା ହୋଇପାରେ।’

କେବଳ ଏତିକି ନୁହେଁ ୨୦୨୩ରେ ମହମୁଦ ଅଲ୍ଲି ପଶୁପାଳନ ମନ୍ତ୍ରୀ ତଲସାନି ଶ୍ରୀନିବାସ ଯାଦବଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପାଇଁ ମଞ୍ଚରେ ପହଞ୍ଚିଥିଲେ। ଏହି ସମୟରେ ହାତରେ ଫୁଲତୋଡ଼ା ନଥିବାରୁ ସେ ଘରୋଇ ସୁରକ୍ଷା ଅଧିକାରୀଙ୍କୁ ଚାପୁଡ଼ା ମାରିଥିଲେ।

Leave a Reply

Your email address will not be published. Required fields are marked *