କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ କରାଯାଉ: ଓଡ଼ିଶା ଅଭିଭାବକ ମହାସଂଘ

Spread the love

CMC-Sealed-Coaching-Centre-in-Cuttack

ଭୁବନେଶ୍ୱର: କୋଚିଂ ସେଣ୍ଟର ପଞ୍ଜିକରଣ ସହ ନୂଆ ଗାଇଡଲାଇନ ଲାଗୁ ପାଇଁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏଗୁଡିକୁ ନିୟନ୍ତ୍ରଣ କରିବାପାଇଁ ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ଦିନ ଲଢେଇ କରିଆସୁଥିଲା। ପ୍ରାୟ ୪ବରର୍ଷ ପରେ କେନ୍ଦ୍ର ସରକାର କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଗାଇଡ଼ ଲାଇନ ଆଣିଛନ୍ତି l ଏହାକୁ ସ୍ୱାଗତ କରି ଶିକ୍ଷା ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଇଛନ୍ତି ମହାସଂଘର ସଭାପତି ବାସୁଦେବ ଭଟ୍ଟ।

ଦୀର୍ଘ ଚାରିବର୍ଷ ପରେ ଏହି ସଫଳତା ମିଳିଥିବାରୁ ମହାସଙ୍ଗର ଏହା ଏକ ସଫଳ ଉଦ୍ୟମ ବୋଲି କହିଛନ୍ତି କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ। ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବା ନାଁରେ ଯେପରି ଶୋଷଣ ବା ମିଥ୍ୟା ପ୍ରତିଶୃତି ପ୍ରଦାନ ନ କରାଯାଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରସ୍ତାବିତ ଗାଇଡଲାଇନରେ କୁହାଯାଇଛି। ତେବେ ଓଡିଶା ଅଭିଭାବକ ମହାସଂଘ କୋଚିଂ ସେଣ୍ଟର ଉପରେ ସ୍ୱତନ୍ତ୍ର ଆଇନ ଆଣିବାକୁ ୨୨ ସେପ୍ଟେମ୍ବର ୨୦୧୯ ମସିହାରେ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଶିକ୍ଷା ବିଭାଗ ସଚିବଙ୍କୁ NHRC ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯେହେତୁ ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ NHRC ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି ତେଣୁ ଏହି ଗାଇଡଲାଇନ ଏବେ କାର୍ଯ୍ୟକାରୀ କରିବା ଜରୁରୀ ବୋଲି କହିଛନ୍ତି ସଭାପତି ବାସୁଦେବ ଭଟ୍ଟ।

ଛାତ୍ରଛାତ୍ରୀ ଅଭିଭାବକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟରେ ଏକ ଅଧ୍ୟାଦେଶ ସହ ଗାଇଡଲାଇନ ଶିକ୍ଷା ବିଭାଗ ତୁରନ୍ତ ଜାରି କରୁ ବୋଲି ସେ ଦାବି କରିଛନ୍ତି। କୋଚିଂ ସେଣ୍ଟର ନାଁରେ ଶୋଷଣ ବଢିଚାଲିଛି। ଛତୁ ଫୁଟିଲା ଭଳି ଅନେକ କୋଚିଂ ସେଣ୍ଟର ମିଥ୍ୟା ପ୍ରଲୋଭନ ଓ ପ୍ରଚାର କରି ବେଆଇନ ଭାବେ ଅବିଭିଭାବକଙ୍କୁ ଠକି ମାଲାମାଲ ହେଉଛନ୍ତି । ତେବେ କୋଚିଂ ସେଣ୍ଟରଗୁଡିକ ଉପରେ ଅଙ୍କୁଶ ଆସିଲେ ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ଓ ମୁନାଫାଖୋ ରୀରେ ଅଙ୍କୁଶ ଆସିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *