କୁନୋରେ ଶାବକ ଜନ୍ମକଲା ନାମିବୀୟ ଚିତା ‘ଜ୍ବାଳା’: କେନ୍ଦ୍ରମନ୍ତ୍ରୀ

Spread the love

cc-750x430

ନୂଆଦିଲ୍ଲୀ: କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ‘ଜ୍ବାଳା’ ୩ଟି ଶାବକ ଜନ୍ମ କରିଥିବା କଥା ମଙ୍ଗଳବାର ଦିନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି।
‘ଜ୍ବାଳା’ ଶାବକ ଜନ୍ମ କରିବା ସଂକ୍ରାନ୍ତ ଭିଡିଓ ‘ଏକ୍ସ୍‌’ କରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଲେଖିଛନ୍ତି, କୁନୋର ନୂତନ ଶାବକ! ଜ୍ବାଳା ନାମକ ନାମିବୀୟ ଚିତା ୩ଟି ଶାବକ ଜନ୍ମ କରିଛି। ବନ୍ୟପ୍ରାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରୁଥିବା ସମସ୍ତ କର୍ମଚାରୀଙ୍କୁ ଓ ଦେଶର ବନ୍ୟପ୍ରାଣୀପ୍ରେମୀଙ୍କୁ ଅଭିନନ୍ଦନ। ଭାରତର ବନ୍ୟପ୍ରାଣୀ ତିଷ୍ଠି ରୁହନ୍ତୁ।
ସୂଚନାଯୋଗ୍ୟ ୨୦୨୩ ମାର୍ଚରେ ‘ସିୟାୟା’ (‘ଜ୍ବାଳା’ର ପୁରୁଣା ନାଁ) ୪ଟି ଶାବକ ଜନ୍ମ କରିଥିଲା। କିନ୍ତୁ, ସେମାନଙ୍କ ମଧ୍ୟରୁ ମାତ୍ର ଗୋଟିଏ ବଞ୍ଚିଛି।
ସେହିପରି ଜାନୁଆରି ୩ ତାରିଖରେ ନାମିବୀୟ ଚିତା ‘ଆଶା’ ମଧ୍ୟ ୩ଟି ଶାବକ ଜନ୍ମ କରିଛି। ଗତକାଲି ‘ଜ୍ବାଳା’ ଜନ୍ମକରିଥିବା ୩ଟି ଶାବକଙ୍କୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଥିବା ସମୁଦାୟ ଚିତାସଂଖ୍ୟା ୨୦କୁ ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *