ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଯାତ୍ରୀଙ୍କ ଭ୍ରମଣ ପାଇଁ ରେଳବାଇର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

Spread the love

railway-696x463-1-696x430

ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଆଇଆରସିଟିସି ସମୟ ସମୟରେ ଭ୍ରମଣ ପ୍ୟାକେଜର ଘୋଷଣା କରିଥାଏ। ଏହି ପ୍ୟାକେଜ ଆଧାରରେ ଯାତ୍ରୀମାନଙ୍କୁ ଦେଶବିଦେଶର ଅନେକ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସୁଯୋଗ ମିଳିଯାଇଥାଏ। ଏହି କ୍ରମରେ ଆଇଆରସିଟିସି ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପ‌ରେ ନିଜର ଯାତ୍ରୀମାନଙ୍କ ପାଇଁ ଅଯୋଧ୍ୟା ଧାମରୁ ନାସିକ, ବାରାଣାସୀ ସମେତ ଅନେକ ଧାର୍ମିକସ୍ଥଳ ଦର୍ଶନ କରାଇବା ପାଇଁ ସୁନ୍ଦର ପ୍ୟାକେଜର ଘୋଷଣା କରିଛି।
ତେବେ ଏହି ପ୍ୟାକେଜ ୯ରାତି ଓ ୧୦ଦିନର ରହିଛି। ଏହାର ଆରମ୍ଭ ରାଜକୋଟରୁ ହେବ। ଯାତ୍ରୀମାନଙ୍କୁ ଭାରତ ଗୌରବ ସ୍ପେଶାଲ ଟ୍ରେନ ଯୋଗେ ଧାର୍ମିକସ୍ଥଳ ଭ୍ରମଣ କରାଯିବ। ଏସମୟରେ ଯାତ୍ରୀଙ୍କୁ ଖାଦ୍ୟ, ପାନୀୟ ଓ ରହିବା ପାଇଁ କୌଣସି ଚିନ୍ତା କରିବାର ନାହିଁ। କାରଣ ଏସବୁ ଆଇଆରସିଟିସି ବୁଝିବ।
ଯାତ୍ରୀମାନେ ଏହି ପ୍ୟାକେଜ ଆଧାରରେ ଅଯୋଧ୍ୟା, ପ୍ରୟାଗରାଜ, ଶୃଙ୍ଗୱେରପୁର, ଚିତ୍ରକୁଟ, ବାରାଣାସୀ, ଉ‌‌ଜ୍ଜୈନ ଓ ନାସିକ ଭଳି ଧାର୍ମିକ ସ୍ଥାନଗୁଡ଼ିକୁ ବୁଲି ପାରିବେ।
ଫେବ୍ରୁଆରି ୫ ତାରିଖରୁ ଏହି ପ୍ୟାକେଜର ଆରମ୍ଭ ହେବ। ଫେବ୍ରୁଆରି ୫ରେ ଯାତ୍ରୀମାନେ ଯାତ୍ରା ପାଇଁ ରାଜକୋଟରୁ ଟ୍ରେନ ଧରି ପାରିବେ। ଏଥିସହିତ ଯେଉଁ ଯାତ୍ରୀମାନେ ଏହି ଯାତ୍ରାରେ ସାମିଲ ହେବେ, ସେମାନେ ରାଜକୋଟ, ସୁରେନ୍ଦ୍ର ନଗର, ବିରମଗାମ, ସାବରମତୀ, ନଡିୟାଦ, ଆନନ୍ଦ, ଛାୟାପୁରୀ, ଗୌଧରା, ଦାହୋଦ,‌ ମେଘନଗର, ରତଲାମରୁ ଟ୍ରେନ ବୋର୍ଡ କରିପାରିବେ। ରାତିସ‌ାରା ଯାତ୍ରା କରିବା ପରେ ଫେବ୍ରୁଆରି ୬ ତାରିଖରେ ଯାତ୍ରୀମାନେ ଅଯୋଧ୍ୟା ଧାମରେ ଯାଇ ପହଞ୍ଚିବେ।

Leave a Reply

Your email address will not be published. Required fields are marked *