ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଗରିବଙ୍କ ଦୁଃଖ ବୁଝିଲେ ରାଜ୍ୟପାଳ ରଘୁବର ଦାସ

Spread the love

4-3-750x430

ଯାଜପୁର: ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଅଛନ୍ତି ରାଜ୍ୟପାଳ ରଘୁବର ଦାସ । ଯାଜପୁର ଜିଲ୍ଲା ଗସ୍ତରେ ଆସି ଦଶରଥପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ଯାଇ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଭେଟିଛନ୍ତି । ପ୍ରଥମେ ଖଣ୍ଡରା ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ବ୍ୟକ୍ତି ମାନଙ୍କୁ ଭେଟିବା ସହିତ ସରକାରୀ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।

ଏହା ପରେ ରାସ୍ତାରେ ଯାଉଥିବା ବେଳେ ରାସ୍ତା କଡ଼ର ଏକ ମାଟି ଘରକୁ ଯାଇ ସେଠାରେ ଥିବା ବ୍ୟକ୍ତିଙ୍କ ତାଙ୍କ ଭଲ ମନ୍ଦ କଥା ବୁଝିବା ସହ ସେହି ପରିବାରକୁ ୧ ଲକ୍ଷ ଟଙ୍କା ଦେବା ସହିତ ଆବାସ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏହି ଗସ୍ତ କାଳରେ ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ଏବଂ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ବିଭିନ୍ନ ଦାବି ପତ୍ର ପ୍ରଦାନ କରିଥିଲେ। ଏହା ପରେ ଜିଲାର ଅନ୍ୟ ସ୍ଥାନକୁ ଗସ୍ତ କରିଥିଲେ ରାଜ୍ୟପାଳ ରଘୁବର ଦାସ ।

Leave a Reply

Your email address will not be published. Required fields are marked *