ଶିମିଳିପାଳରୁ ମାଳ ମାଳ ଦେଶୀ ବନ୍ଧୁକ ଜବତ

Spread the love

sim

ବାରିପଦା: ବେଆଇନ ବନ୍ଧୁକ କାରବାରକୁ ରୋକିବାରେ ମୟୂରଭଞ୍ଜ ପୋଲିସକୁ ବଡ ସଫଳତା । ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରୁ ପୁଣି ୨୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳ ଅଭୟାରଣ୍ୟରେ ପୁଲିସ ପକ୍ଷରୁ ନଭେମ୍ବର ଓ ଡିସେମ୍ବର ମାସରେ ସର୍ଚ୍ଚ ଅପରେସନର ତୃତୀୟ ପର୍ଯ୍ୟାୟରେ ଉକ୍ତ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି। ବାରିପଦା ସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସପି ଏସ ସୁଶ୍ରୀ ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶିମିଳିପାଳ ସଂଲଗ୍ନ ଥିବା ୯ଟି ଥାନା ଅଧୀନରେ ଥିବା ଗାଁ ଗୁଡିକରୁ ପୁଣି ୨୩ଟି ଦେଶୀବନ୍ଧୁକ ଜବତ ହୋଇଛି। ଏଥି ସହିତ ୮ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେଥି ମଧ୍ୟରୁ ବାରିପଦା ସଦର ଥାନା, ଶରତ ଥାନା, କରଞ୍ଜିଆ ଥାନା, ଯଶିପୁର ଥାନା ଓ ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ଗୋଟିଏ ଲେଖାଏଁ ବନ୍ଧୁକ ଜବତ ହୋଇଛି । ସେହିପରି ବଡ଼ସାହି ଥାନା ୩ଟି, ଉଦଳା ଥାନା ୫ଟି, ଖୁଣ୍ଟା ଥାନା ୮ଟି ଓ କପ୍ତିପଦା ଥାନା ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ଏନେଇ ୯ଟି ଥାନାରେ ୧୪ଗୋଟି ମାମଲା ରୁଜୁ କରାଯାଇଛି ବୋଲି ସୂଚନା ପ୍ରଦାନ କରାଯାଇଛି ।

ଗତ ମାସରେ ଜିଲାର ୯ଟି ସ୍ଥାନରେ ୧୪ଟି ମାମଲା ରୁଜୁ ହୋଇଥିଲା। ମୋଟ ୮ଜଣ ଶିକାରୀଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଗତ କିଛି ଦିନ ମଧ୍ୟରେ ଅନେକ ବନ ଅଧିକାରୀ ଶିମିଳିପାଳରେ ପାଟ୍ରୋଲିଂ ବେଳେ ଶିକାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଏହାପରେ ଉଭୟ ବନ ଅଧିକାରୀ ଓ ପୁଲିସ ଅଧିକାରୀ ଶିକାରୀଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ।

Leave a Reply

Your email address will not be published. Required fields are marked *