ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

Spread the love

Crime_1704882692

ଖୋର୍ଦ୍ଧା : ପ୍ରେମିକାକୁ ଛୁରାମାଡ଼ ଘଟଣାରେ ମାମଲା ରୁଜୁ। ଗୁରୁତର ପ୍ରେମିକାଙ୍କ ଭାଇଙ୍କ ଏତଲା ଆଧାରରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଖୋର୍ଦ୍ଧା ବରୁଣେଇ ଶିଳ୍ପାଞ୍ଚଳରେ ପ୍ରେମିକାକୁ ୧୦ ଥର ଛୁରାମାଡ଼ କରିଥିଲା ସୈତାନ ପ୍ରେମିକ। ଯାଜପୁରର ଝିଅ ଓ ଜଟଣୀର ଏସକେ କୁତୁବୁଦ୍ଦିନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା।

କୌଣିସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇପଡିଥିଲା ପ୍ରେମିକ। ପ୍ରେମିକା ଅଫିସରୁ ଖାଇବାକୁ ଯାଉଥିବା ସମୟରେ ବରୁଣେଇକୁ ନେଇଯାଇଥିଲା। ସେଠାରେ ତାକୁ ଛୁରୀରେ ୧୦ଥର ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଝିଅକୁ ଉଦ୍ଧାର କରି ପ୍ରଥମେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *