ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ

Spread the love

EarthQuack_1704771127

ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ। ଇଣ୍ଡୋନେସିଆର ତଲୌଦ ଦ୍ୱୀପରେ ଏହି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଯୋଗୁ ଲୋକେ ଛାନିଆ ହୋଇ ପଡ଼ିଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନି ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୮ ମିନିଟ୍‌ରେ ତଲୌଦ ଦ୍ୱୀପ ସମୂହ ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ତେବେ ଏଥିରେକେହି ମୃତାହତ ହେବାର ସୂଚନା ମିଳିନି।

ଇଣ୍ଡୋନେସିଆରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ଗତ ସପ୍ତାହରେ ବି ସେଠାରେ ଭୂକମ୍ପ ହୋଇଥିଲା। ।

ଚଳିତ ବର୍ଷ ଆରମ୍ଭରୁ ବିଭିନ୍ନ ଦେଶରେ ହେଉଥିବା ଶକ୍ତିଶାଳୀ ଭୂକମ୍ପ ପରିବେଶବିତଙ୍କ ଚିନ୍ତା ବଢ଼ାଇଛି। ନୂଆ ବର୍ଷ ଆରମ୍ଭରୁ ଜାପାନରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ ୱ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଥିରେ ଉକ୍ତ ଦେଶର ପ୍ରଭୂତ କ୍ଷତି ହୋଇଥିବା ବେଳେ ଶତାଧୀକ ଲୋକଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ମ୍ୟାନମାର, ଆଫଗାନିସ୍ତାନସମେତ ବହୁ ଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇ ସାରିଛି।

Leave a Reply

Your email address will not be published. Required fields are marked *