ନୂଆଗାଁ ଓ କୁଆଁରମୁଣ୍ଡାରେ ୨ ନୂଆ ଡ଼ିଗ୍ରି କଲେଜକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

Spread the love

95538d12-796c-4469-9f08-264ae36cfb4d-750x430

ରାଉରକେଲା: ସୁନ୍ଦଗରଡ଼ ଜିଲ୍ଲା କୁଆଁରମୁଣ୍ଡା ଓ ନୂଆଗାଁ ପଞ୍ଚାୟତ ସମିତିରେ ୨ଟି ନୂତନ ଡ଼ିଗ୍ରି ମହାବିଦ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ ଅବସରରେ ଗୁରୁବାର ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି।
ଗତ ବର୍ଷ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୀରମିତ୍ରପୁର ଗସ୍ତ କରି ଲୋକଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରି ସେଗୁଡ଼ିକର ସମାଧାନ କରିଥିଲେ। ତେଣୁ ଡିସେମ୍ବର ୨୮ ତାରିଖ ଦିନ ନବୀନ ନିବାସ ଗସ୍ତ କରି ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଓ ସ୍ଥାନୀୟ ନେତାମାନେ ୫ଟି ଅଧ୍ୟକ୍ଷଙ୍କୁ ୨୦୨୪ ନୂଆ ବର୍ଷର ଆଗୁଆ ଶୁଭେଚ୍ଛା ଜଣାଇଥିଲେ ଓ ନିଜ ଅଞ୍ଚଳରେ ଜାରି ରହିଥିବା ବିକାଶ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ପୁନର୍ବାର ବୀରମିତ୍ରପୁର ଗସ୍ତରେ ଆସି ଲୋକଙ୍କ ବିଭିନ୍ନ ସମସ୍ୟାର ଅଭିଯୋଗ ଗ୍ରହଣ କରି ତାହାର ସମାଧାନ ପାଇଁ ନିବେଦନ କରିଥିଲେ। ଉକ୍ତ ଅନୁରୋଧ ରକ୍ଷା କରି ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ୫ଟି ଅଧ୍ୟକ୍ଷ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସମିତିର ପୁରୁଣାପାଣି ଖେଳ ପଡ଼ିଆଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦେଇଥିଲେ ଏବଂ ଲୋକମାନେ ତାଙ୍କୁ ସ୍ୱାଗତ ଜଣାଇ ପୁଷ୍ପ ଗୁଚ୍ଛ ଦେଇ ଓ ପୁଷ୍ପ ବର୍ଷା କରି ସଭାସ୍ଥଳୀ ନିକଟକୁ ପାଛୋଟି ନେଇଥିଲେ।
ପ୍ରଥମେ ୫ଟି ଅଧ୍ୟକ୍ଷ “ଆପଣମାନେ କେନ୍ତା ଅଛନ” କହି ଉପସ୍ଥିତ ଜନସାଧାରଣଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ସାଧାରଣ ସଭାକୁ ଉଦବୋଧନ ଦେଇ କହିଲେ “ଆମ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ ବରଂ କାମରେ ବିଶ୍ୱାସ କରନ୍ତି”, ତେଣୁ ଲୋକଙ୍କ ପ୍ରତ୍ୟେକଟି ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ କରୁଛନ୍ତି ବୋଲି ସେ କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାବାସୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଆଜି ମୁଖ୍ୟମନ୍ତ୍ରୀ ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରତିଷ୍ଠା ସହ ହକି ବିଶ୍ୱକପ ଆୟୋଜନ କରି ଆମ ଅଞ୍ଚଳର ଟେକ ରଖିବା ସହ ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ପ୍ରତି ସମ୍ମାନ ଜଣାଇଛନ୍ତି। ନବୀନ ବାବୁଙ୍କ ସ୍ପର୍ଶ ପାଇଲା ପରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷର ପଦକ ମରୁଡ଼ି ଦୂର କରି ଗତ ଆଲମ୍ପିକରେ ପଦକ ପ୍ରାପ୍ତ କଲେ, ଯାହା ହକିର ସ୍ୱର୍ଣ୍ଣିମ ଇତିହାସକୁ ପୁନର୍ବାର ଜୀବନ୍ୟାସ ମିଳିଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ କିଭଳି ଗରିବଙ୍କ ପାଇଁ ମୃତ୍ୟୁ ସଞ୍ଜିବନୀ ସାଜିଛି ଏବଂ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବିଏସକେୱାଇ ଯୋଜନାରେ ବାଦ ପଡ଼ିଥିବା ଲୋକମାନେ କିଭଳି ଯୋଡିହେବେ ସେଥି ପାଇଁ ଆବେଦନ କରିବାକୁ କହିଥିଲେ। ସେହିପରି ବଡାଇକ ସମାଜ ନିଜକୁ ଅନସୂଚିତ ଜାତିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଦାନ ପାଇଁ ଦାବି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଭି. କେ. ପାଣ୍ଡିଆନ ଜନସାଧାରଣଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ସାକ୍ଷାତ କରି ତାଙ୍କର ଆବେଦନ ପତ୍ର ଗ୍ରହଣ କରିଥିଲେ ଏବଂ ଜିଲ୍ଲାରେ ଆଗରୁ ଚାଲୁଥିବା କେତେକ ପ୍ରକଳ୍ପ ଓ ଆଗାମୀ ସମୟରେ ହେବାକୁଥିବା ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଅବଗତ କରାଇଥିଲେ।
ଆଜି ମିଳିଥିବା ବହୁ ସଂଖ୍ୟାକ ଦରଖାସ୍ତ ବିଶେଷ କରି ମନ୍ଦିର, ମସଜିଦ, ଗୀର୍ଜା ଓ ଗୋଷ୍ଠୀ କେନ୍ଦ୍ର ଉନ୍ନତୀକରଣ ପାଇଁ ଆସିଥିବା ପ୍ରସ୍ତାବର ଶୁଭ ଖବର ମୁଖ୍ୟମନ୍ତ୍ରୀ ୧୦ ଦିନରେ ଦେବେ ଓ ଅନ୍ୟ ଦରଖାସ୍ତଗୁଡ଼ିକ ସମ୍ପର୍କରେ ୩୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ନିଶ୍ଚୟ ଉତ୍ତର ମିଳିବ ବୋଲି ସେ କହିଥିଲେ। ଏତଦ ବ୍ୟତୀତ ୨ ମାସରେ ଜିଲ୍ଲାର ପ୍ରତି ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ ହେବ ଫଳରେ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୁଦୃଢ ହେବ ଏବଂ ଆସନ୍ତା ଫେବୃଆରୀ ମାସରେ ସୁନ୍ଦରଗଡ଼ ଜିଲ୍ଲାର ସବୁ ପଞ୍ଚାୟତରୁ ପଞ୍ଚାୟତ ସମିତିକୁ ‘ଲକ୍ଷ୍ମୀ’ ବସ ଗଡିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ମନୋଜ ସେନାପତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଜନସମାଗମରେ ୧୫ ହଜାରରୁ ଊର୍ଦ୍ଧ୍ବ ଲୋକ ଯୋଗଦେଇଥିବା ବେଳେ ଶ୍ରମମନ୍ତ୍ରୀ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ବିଶ୍ୱାସୀ ଟପ୍ନୋ, ସ୍ୱତନ୍ତ୍ର ବିକାଶ ପରିଷଦ ଉପାଧ୍ୟକ୍ଷା ସୁଶିଲା ଟପ୍ନୋ, ଜିଲ୍ଲା ମହିଳା ଜନତା ଦଳ ସଭାପତି ଏମ୍ମା ଏକ୍କା, ନୂଆଗାଁ ବ୍ଲକ ସଭାପତି ଦିଗାମ୍ବର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ମଖଲୁ ଏକ୍କା, ଏସଡିସି ସଦସ୍ୟ ତଥା ରାଜ୍ୟ ଛାତ୍ର ଜନତା ଦଳ ଯୁଗ୍ମ ସମ୍ପାଦକ ହିମାଂଶୁ ପଣ୍ଡା, ଛାତ୍ର ସଭାପତି ମହେନ୍ଦ୍ର ବଡ଼ାଇକ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋତି ଟେଟେ, ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ହାଲୁ ମୁଣ୍ଡାରୀ, ଜିଲ୍ଲା ପରିଷଦ ସଭ୍ୟା ଦଶମୀ ମିଞ୍ଜ, ଜିଲ୍ଲା ଉପ ସଭାପତି ସୋମନାଥ ରାହା, ବିଶ୍ରା ବ୍ଲକ ସଭାପତି ସୁରେଶ ଓରାମ, କୁଆଁରମୁଣ୍ଡା ଖ’ ଜିଲ୍ଲା ପରିଷଦ ସଭ୍ୟ ରାଜେନ୍ଦ୍ର କୁଜୁର, ନେବିଲ କେରକେଟା, ବ୍ଲକ ସଭାପତି ରାଜେଶ ହାଁସଦା, ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା, ଉପାଧ୍ୟକ୍ଷା ସୁନିତା ଅହୀର, ବିରମିତ୍ରପୁର ମୁନିସିପାଲିଟି ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ଉପାଧ୍ୟାକ୍ଷା ନିବେଦିତା ବାଗେ, ଛାତ୍ର ଜିଲ୍ଲା ଉପ-ସଭାପତି ଆଜାଜ ଆଲମ, ଟାଉନ ସଭାପତି ମାନଭଞ୍ଜନ ଦେଓ, ପୂର୍ବତନ ବିଧାୟକ ନିହାର ସୂରିନ, ଯୁବ ନେତା ତଥା ଜିଲ୍ଲା ସାଧାରଣ ସମ୍ପାଦକ ସେବିଆନ ଆଇଣ୍ଡ, ମହେନ୍ଦ୍ର ବଡେଇକ, ସାଗର କୁଆଁର, ବିଶାଳ ଶର୍ମା, ବିକାଶ ବାରୱା, ପ୍ରଦୀପ ରାଉତ୍ରାୟ, ରଜା ପାଣ୍ଡ, ପ୍ରଦୀପ ସାହୂ, ମୂନା ଅଚାର୍ଯ୍ୟଙ୍କ ସହ ସମସ୍ତ ସରପଞ୍ଚ-ସମିତିସଭ୍ୟ ଓ ଦଳୀୟ କର୍ମୀ ଆଦି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *