କମିଶନରେଟ୍ ପୁଲିସ ହାତରେ ପାହାଡ଼ି ଗ୍ୟାଙ୍ଗ

Spread the love

IMAGE_1704279958

ଭୁବନେଶ୍ବର : କମିଶନରେଟ ପୁଲିସ ହାତରେ ଧରାପଡ଼ିଛି ପାହାଡ଼ି ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ବାନ୍ଧିଛି କମିଶନରେଟ ପୁଲିସ। ଏମାନେ ସମସ୍ତେ ଝାଡ଼ଖଣ୍ଡର।
ସୂଚନା ଅନୁସାରେ ପାହଡ଼ି ଗ୍ୟାଙ୍ଗର ଡ଼କାୟତ ମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସମୟ ସୁବିଧା ଦେଖି ଭିନ୍ନଭିନ୍ନ କୌଶଳରେ ଲୁଟ୍ କରୁଥିଲେ। ଏହି ଗ୍ୟାଙ୍ଗ ବିଷେଶକରି ମୋ ବସ ଏବଂ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୀର୍ଘ ଦିନ ଧରି ଟଙ୍କା ଓ ମୋବାଇଲ ଲୁଟ କରୁଥିଲେ।
ଏହି ଗ୍ୟଙ୍ଗ ଠାରୁ ୨୨ଟି ଫୋନ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି କମିଶନରେଟ ପୁଲିସ। ଲୋକଙ୍କୁ ଲୁଟିବା ପାଇଁ ଝାଡ଼ଖଣ୍ଡରୁ ପାହାଡ଼ି ଗ୍ୟାଙ୍ଗ ଭୁବନେଶ୍ୱର ଆସିଥିଲେ।
ଏମାନଙ୍କ ନାଁ ରେ ରାଜ୍ୟ ଓ ରାଜ୍ୟ ବାହାରେ ଏକାଧିକ ମାମଲା ରହିଛି। ମୋବାଇଲ ଲୁଟିବା ପରେ ଏମାନେ ଫୋନ୍ ପେ ଓ ଗୁଗଲ ପେକୁ ହ୍ୟାକ କରି ବ୍ୟାଙ୍କ୍ ଆକାଉଣ୍ଟ ଖାଲି କରିଦେଉଥିଲେ। ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୁଲିସ।

Leave a Reply

Your email address will not be published. Required fields are marked *