‘ଛାତ୍ରୀଛାତ୍ର କଠିନ ପରିଶ୍ରମ କରିବା ଉଚିତ’

Spread the love

b-6

କୋରାପୁଟ : ଶନିବାର କୋରାପୁଟ ଗସ୍ତରେ ରାଜ୍ୟ ଯୁବ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିଛନ୍ତି। କୋରାପୁଟସ୍ଥିତ ସରକାରୀ ମହାବିଦ୍ୟାଳୟ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ଯୁବ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ତଥା ଯୁବ ଉତ୍ସବରେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଜୀବନରେ କଠିନ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ଜ୍ଞାନର ପରିପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ପିଲାମାନଙ୍କ ମଧ୍ୟରେ ରହିଥିବା ଜ୍ଞାନର ବିକାଶ ଦ୍ୱାରା ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ ବୋଲି ପ୍ରକାଶ କରିଛନ୍ତି। ତେଣୁ ସମସ୍ତ ଛାତ୍ରୀଛାତ୍ରଙ୍କୁ ଜୀବନରେ କଠିନ ପରିଶ୍ରମ କରିବାକୁ ଆହ୍ବାନ ଦେଇଛନ୍ତି। ଜୀବନରେ ସଫଳତା ପାଇବା ପାଇଁ ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ। ଯଦି ପ୍ରତିଯୋଗିତାରେ ଥରେ ହାରୁଛନ୍ତି କି ସଫଳତା ମିଳୁନି ତେବେ ପଛକୁ ନ ହଟି ଆଗକୁ ମାଡ଼ି ଚାଲନ୍ତୁ। ସଫଳତା ନିଶ୍ଚୟ ଆସିବ ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଡିଆଜି ଚରଣ ସିଂ ମୀନା, ଜିଲାପାଳ ଅବଦୁଲ ଏମ୍‌ ଅଖତାର, ଜିଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକାରଙ୍କ ସମେତ କୋରାପୁଟ ଜିଲାର ସମସ୍ତ ମହାବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ହଜାର ହଜାର ଛାତ୍ରୀଛାତ୍ର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *