ପୂର୍ବତନ ରାଜ୍ୟପାଳଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Spread the love

cm-naveen

ଭୁବନେଶ୍ୱର,୨୩ା୧୨: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ କହିଛନ୍ତି, ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା। ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି। ତାଙ୍କ ଅମର ଆତ୍ମାକୁ ଶାନ୍ତି ମିଳୁ।

ଶନିବାର ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ୧୯୫୭ ବ୍ୟାଚ୍‌ର ଆଇଏଏସ ଟପ୍ପର ରାଜେନ୍ଦ୍ରନ ତାମିଲନାଡୁର ମୁଖ୍ୟ ସଚିବ ରହିଥିଲେ। ୧୯୯୯ରେ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ମହାବାତ୍ୟା ସମୟରେ ସେ ଓଡ଼ିଶାରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ତଦାରଖରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *