ଜେଲରୁ ମୁକୁଳିବା ପରେ ବିହାର ସରକାରଙ୍କୁ କଟାକ୍ଷ କରି ୟୁଟ୍ୟୁବର ଦେଲେ ଏଭଳି ପ୍ରତିକ୍ରିୟା

Spread the love

rr

ନୂଆଦିଲ୍ଲୀ: ପାଟନା ହାଇକୋର୍ଟରୁ ଜାମିନ ମିଳିବା ପରେ ବିହାରର ୟୁଟ୍ୟୁବର ମନୀଷ କଶ୍ୟପ ଜେଲରୁ ମୁକୁଳିଛନ୍ତି। ମନୀଷ ବିହାରର ବେଉର ଜିଲ୍ଲାରେ ୯ମାସ ହେବ ବନ୍ଦୀ ରହିବା ପରେ ‌ଡିସେମ୍ବର ୨୩ ତାରିଖରେ ଜେଲରୁ ବାହାରିଛନ୍ତି। ମନୀଷଙ୍କୁ ପ୍ରଥମେ ତାମିଲନାଡ଼ୁ ନିଆଯାଇଥିଲା କିନ୍ତୁ ପାଟନା ସିଭିଲ କୋର୍ଟଙ୍କ ନିଷ୍ପତ୍ତି ପରେ ତାଙ୍କୁ ବିହାରରେ ହିଁ ରଖାଯାଇଥିଲା।
ମନୀଷ କଶ୍ୟପ ପାଟନା ବେଉର ଜିଲ୍ଲାରୁ ବାହାରିବା ପରେ ବିହାର ସରକାରଙ୍କୁ କଟାକ୍ଷ କରିଛନ୍ତି। ଜେଲରୁ ବ‌ାହାରି ମନୀଷ ଏକ ସାକ୍ଷାତକାର ଦେଇଥିଲେ। ଏହି ସାକ୍ଷାତକାରରେ ମନୀଷ କହିଛନ୍ତି, ‘ବିହାରରେ କଂସର ସରକାର ଚାଲିଛି। ମୋ ଗାଡ଼ି ଆଗରେ ଲାଗିଥିବା ଭିଡ଼କୁ ଖାଲି କରିଦିଅ। ନଚେତ ଏମାନେ ପୁଣିଥରେ ମୋ ଉପରେ କିଛି ବି ମାମଲା ଲଦି ଦେଇ ପାରନ୍ତି। ’
ବିହାରରୁ ଯାଇ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରାଯାଉଥିବା ବେଳର ନକଲି ଭିଡିଓକୁ କଶ୍ୟପ ସତ ଭାବି ନିଜ ଚ୍ୟାନେଲରେ ପ୍ରସାରଣ କରିଥିଲେ।
ଏଥିପାଇଁ ଉଭୟ ବିହାର ଓ ତାମିଲନାଡୁ ପୁଲିସ୍‌ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ ସେ ଫେରାର ହୋଇଯାଇଥିଲେ। କିନ୍ତୁ ପରେ କଶ୍ୟପ ପଶ୍ଚିମ ଚମ୍ପାରନ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ।
ସୂଚନାଯୋଗ୍ୟ, ମନୀଷଙ୍କ ବିରୋଧରେ ବିହାରର ବେତିୟା ଜିଲ୍ଲାରେ ୭ଟି ମାମଲା ରୁଜୁ କରାଯାଇଥିଲା। ଏହି ୭ଟି ମାମଲା ମଧ୍ୟରେ ଭାଜପା ବିଧାୟକଙ୍କୁ ମାଡ଼ ମାରିବା ସହିତ ହତ୍ୟା ଧମକ ଦେବା ବ୍ୟତୀତ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରିବା ଭଳି ଅପରାଧ‌ରେ ମନୀଷ ସମ୍ପୃକ୍ତ ଥିଲେ।

Leave a Reply

Your email address will not be published. Required fields are marked *