ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ, କ୍ୟାମେରାରେ ସବୁ ଦୃଶ୍ୟ କଏଦ
ରାତି ୧୦ଟା ୩୭ରେ ହୋଟେଲ ଭିତରକୁ ୨ ଜଣ ଯାଇ ରୁମ୍ ମାଗିଥିଲେ। ହୋଟେଲ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ କେତେଜଣ ରହିବେ ବୋଲି ପଚାରିବାରୁ ସେମାନେ ପୁରୁଷ ୩ ଜଣ ଓ ୬ ବର୍ଷର ଝିଅଟି ଅଛି କହିଥିଲେ।
ଏହା ପରେ ରୁମ୍ ଦେଖିବାକୁ ଯାଇଥିଲେ। ପରେ ବୁକ୍ କରିବାକୁ ଚାହିଁବାରୁ ମ୍ୟାନେଜର ପରିଚୟପତ୍ର ମାଗିଥିଲେ। କିନ୍ତୁ ଦୁହେଁ ପରିଚୟପତ୍ର ଦେଇ ନଥିଲେ। ବିନା ପରିଚୟପତ୍ରରେ ରୁମ୍ ଦେବାକୁ ମ୍ୟାନେଜର ମନା କରିବାରୁ ପାଖାପାଖି ୧୩ ମିନିଟ ପରେ ୧୦ଟା ୫୦ରେ ହୋଟେଲରୁ ବାହାରି ଯାଇଥିଲେ। ହୋଟେଲର ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି।