ଦୁର୍ନୀତିର ଗନ୍ଧ ବାରି ବିଜେଡି ଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଲା ବିଜେପି

Spread the love

IT-RAIDS-CASH

ଭୁବନେଶ୍ୱର: ସାରା ଓଡ଼ିଶା ଓ ପଡୋଶୀ ରାଜ୍ୟମାନଙ୍କରେ ଚାଲିଥିବା ଆୟକର ଚଢ଼ଉରେ ୩୦୦ କୋଟି ଟଙ୍କାର ବେଆଇନ ଅର୍ଥ ଜବତ ହୋଇଥିବା ଜଣାପଡ଼ିଛି। ଏବେ ଏହାକୁ ନେଇ ତେଜିଛି ରାଜନୀତି। ବିଜେଡି ଓ କଂଗ୍ରେସ ଏହି ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ବିଜେପି ପ୍ରଶ୍ନ ଉଠାଇଛି।

ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପୃକ୍ତି ଥିବା ସ୍ଥାନକୁ ଟାର୍ଗେଟ କରି ଏହି ଚଢାଉ ଆର୍ଥିକ ଅନିୟମିତତାର ଜାଲ ଖୋଲିଛି। ଜବତ ଟଙ୍କା ଗଣିବା ପାଇଁ ଏବେ ତିନି ଡଜନ ମେସିନ ବ୍ୟବହାର ହୋଇଛି। ଯାହା ମୋଟ୍ ୩୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିପୁଳ ପରିମାଣର ଅର୍ଥ କେଉଁଠୁ ଆସିଲା ଓ ଏଥିରେ ଓଡ଼ିଶାର ଅନ୍ୟ ରାଜନେତାଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱଚ୍ଛ ଶାସନ ଏବଂ କଂଗ୍ରେସର ଦୁର୍ନୀତିର ସଂସ୍କୃତି ମଧ୍ୟରେ ପାର୍ଥକ୍ୟ ରହିଛି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଏହି ପ୍ରସଙ୍ଗରେ କହିଛନ୍ତି, କଂଗ୍ରେସ “ଘୋଟାଲା କି ଗ୍ୟାରେଣ୍ଟି” (ଦୁର୍ନୀତି ଗ୍ୟାରେଣ୍ଟି)ର ପ୍ରମାଣ ଦେଉଛି। ମୋଦୀଙ୍କ ‘ବିକାଶ କି ଗ୍ୟାରେଣ୍ଟି’ (ବିକାଶ ଗ୍ୟାରେଣ୍ଟି) ଏବଂ କଂଗ୍ରେସର ଦୁର୍ନୀତି ପରମ୍ପରା ମଧ୍ୟରେ ଥିବା ପାର୍ଥକ୍ୟକୁ ସେ ଉଲ୍ଲେଖ କରିଛନ୍ତି।

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହି ଅଭିଯୋଗକୁ ଆଉ ଏକ ପାଦ ଆଗକୁ ନେଇ କଂଗ୍ରେସ ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଟୁକୁନି ସାହୁ, ଯୋଗେଶ ସିଂହ, ନିରଞ୍ଜନ ପୂଜାରୀ ଏବଂ ପ୍ରଦୀପ ଅମାତଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି। ଏହି ବ୍ୟକ୍ତିମାନେ ଓଡ଼ିଶାରେ ସମ୍ପୂର୍ଣ୍ଣ ମଦ କାରବାର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ବୋଲି ସେ କହିଛନ୍ତି।

ଏଭଳି ଅଭିଯୋଗ ଆସିବା ପରେ ଉଭୟ କଂଗ୍ରେସ ଓ ବିଜେଡି ନେତା ଚୁପ୍ ବସିଛନ୍ତି। ବର୍ତ୍ତମାନ ଚାଲିଥିବା ତଦନ୍ତରୁ ଆର୍ଥିକ ଅନିୟମିତତା ଓ ଅନ୍ୟ ପକ୍ଷଙ୍କ ସମ୍ପୃକ୍ତି ନେଇ ଅଧିକ ତଥ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏହି ବିପୁଳ ପରିମାଣର ଟଙ୍କା ଓଡିଶାର ରାଜନୈତିକ ଦୃଶ୍ୟପଟ୍ଟକୁ ନିଃସନ୍ଦେହରେ ଦୋହଲାଇ ଦେଇଛି।

Leave a Reply

Your email address will not be published. Required fields are marked *