ବାଲେଶ୍ୱର ଜିଲ୍ଲାସ୍କୁଲରେ ୯୮’ବ୍ୟାଚର ବନ୍ଧୁ ମିଳନ

Spread the love

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାସ୍କୁଲରେ ପଢିଥିବା ୧୯୯୮ ମସିହାର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ମା ଇଣ୍ଟର୍ନ ହଲ କ୍ୟାମ୍ପସ – ୨ ରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହାଥିଲା ଛାତ୍ରଛାତ୍ରୀମାନଙ୍କର ବିଦ୍ୟାଳୟ ଛାଡ଼ିବାର ୨୫ତମ (ସିଲ୍‌ଭର ଜୁଜୁଲି) ବନ୍ଧୁମିଳନ କାର୍ଯ୍ୟକ୍ରମ ।

d3

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଜିଲ୍ଲାସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ସୁରେନ୍ଦ୍ରନାଥ ଦେ, ଜ୍ୟୋତ୍ସ୍ନାରାଣୀ ଭକ୍ତ, ପ୍ରଣବ କୁମାର ଦାସ, ପ୍ରଭାତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଦୀର୍ଘଦିନ ପରେ ନିଜର ସନ୍ତାନପ୍ରତିମ ଛାତ୍ରଛାତ୍ରୀମାନଙ୍କ ଉନ୍ନତିରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଖୁସି ବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ତରଫରୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନେଇ ସେମାନଙ୍କ ସ୍ମୃତି ଚାରଣ କରିଥିଲେ । ସମସ୍ତ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସ୍ମୃତିସ୍ମାରକ ପ୍ରଦାନ କରାଯାଇଥିଲା ।

d2
ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରାତନ ଛାତ୍ରମାନେ ନାଚଗୀତ, ଯାତ୍ରାଭିନୟ ପରିବେଷଣ କରିଥିଲେ । ଏଥିସହିତ ସମସ୍ତ ଛାତ୍ରଛାତ୍ରୀ ଏକତ୍ର ବସି ଭୋଜନ କରିବାର ଆନନ୍ଦ ଉଠାଇଥିଲେ ଓ କେକ୍‌ ମଧ୍ୟ କଟାଯାଇଥିଲା । ପୁରାତନ ଛାତ୍ର ତାରାକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିବା ସହିତ ଆଗାମୀ ଦିନରେ ମଧ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରସ୍ତାବ ରଖିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଅଞ୍ଜଳି ନନ୍ଦ, ସୁଧାଂଶୁଶେଖର ମିଶ୍ର, ଶ୍ୟାମସୁନ୍ଦର ମହାନ୍ତି, ଝାଡ଼େଶ୍ୱର ଜେନା, ଲକ୍ଷ୍ମୀକାନ୍ତ ସ୍ୱାଇଁ, ସତ୍ୟବ୍ରତ ଦାସ, ସବ୍ୟସାଚୀ ଗିରି, ମାନସ ଦାସ, ଶୁଭାଶିଷ ଘୋଷ, ପରମେଶ୍ୱର ଶୁକ୍ଳା ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *