ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ମର୍ଣ୍ଣିଂଗ୍ଲୋରି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସଫଳତା
ଭୁବନେଶ୍ବର : ଭୁବନେଶ୍ବର ଶିକ୍ଷାମଣ୍ଡଳ ଦ୍ବାରା ଆୟୋଜିତ ବ୍ଲକସ୍ତରୀୟ ବାଲ-ବୈଜ୍ଞାନିକ ପ୍ରଦର୍ଶନୀରେ ସ୍ଥାନୀୟ ସୁନ୍ଦରପୁର, ଚନ୍ଦକାସ୍ଥିତ ମର୍ଣ୍ଣିଂଗ୍ଲୋରି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିଛନ୍ତି | ଏହି ବିଦ୍ୟାଳୟର ନବମ ଶ୍ରେଣୀର ଅଂଶୁ ଯାଦବ, ଶୁଭଲକ୍ଷ୍ମୀ ଜେନା ଓ ସତ୍ୟବ୍ରତ ବେହେରାଙ୍କ ପ୍ରକଳ୍ପ Recycling of Waste Paper ତୃତୀୟସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି | ଏଥିଲାଗି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଭିତରେ ଆନନ୍ଦ ଖେଳିଯାଇଛି |