ଆସିଲା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ରର ଫଟୋ, ସୋସିଆଲ ମିଡିଆରେ ହେଲା ଭାଇରାଲ
ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବଣ୍ଟନ କରାଯାଉଥିବା ଚିଠିରେ ଲେଖାଯାଇଛି, ଦୀର୍ଘ ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଅଯୋଧ୍ୟାରେ ଉପସ୍ଥିତ ରୁହନ୍ତୁ ଏବଂ ପବିତ୍ରତାର ସାକ୍ଷୀ ହୁଅନ୍ତୁ ଏବଂ ମହାନ ଐତିହାସିକ ଦିବସର ମର୍ଯ୍ୟାଦା ବୃଦ୍ଧି କରନ୍ତୁ।
ଚିଠିରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଆପଣ ଯେତେ ଶୀଘ୍ର ଅଯୋଧ୍ୟା ଆସିବେ ସେତେ ଅଧିକ ସୁବିଧାଜନକ ହେବ। ବିଳମ୍ବରେ ଆସିଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଜଣେ ସାଧୁ କହିଛନ୍ତି ଯେ ଡାକ ମାଧ୍ୟମରେ ତାଙ୍କୁ ଏହି ପବିତ୍ର କାର୍ଯ୍ୟକ୍ରମ ପାଇଁ ପ୍ରଥମ ନିମନ୍ତ୍ରଣ ମିଳିଛି । ଅଯୋଧ୍ୟାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ଏଥିରେ ଦୂରଦୂରାନ୍ତରୁ ଆସିଥିବା ସାଧୁ, ମହାମଣ୍ଡଳେଶ୍ୱର, ଗୁରୁ ମଧ୍ୟ ସାମିଲ ହେବେ।