ସମ୍ବଲପୁର ମଣ୍ଡଳ କାରାଗାରରୁ ବିଚାରାଧୀନ କଏଦୀ ଚମ୍ପଟ
ସମ୍ବଲପୁର : ସମ୍ବଲପୁର ମଣ୍ଡଳ କାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛି । ସିସିଟିଭି ଆଧାରରେ ଛାନଭିନ୍ କରୁଛି ସମ୍ବଲପୁର ପୋଲିସ ।
ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ବାଥରୁମ୍ ଯିବା ବାହାନାରେ ଚମ୍ପଟ ମାରିଥିଲେ । ତେବେ ସନ୍ଧ୍ୟାରେ କଏଦୀ ଜଣକ ଫେରାର ଥିବା ବେଳେ ଶୁକ୍ରବାର ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏ ନେଇ ସୂଚନା ପାଇବା ପରେ ମଣ୍ଡଳ କାରାଗାରକୁ ଯାଇ ଛାନଭିନ ଆରମ୍ଭ କରିଛି ଧନୁପାଲି ଥାନା ପୋଲିସ । ସନ୍ଧ୍ୟା ସମୟରେ କଏଦୀ ଜଣକ କେଉଁଠାକୁ ଯାଇଥିବ ସିସିଟିଭି ଆଧାରରେ ଯାଞ୍ଚ କରୁଛି ସମ୍ବଲପୁର ପୋଲିସ ।