ଓଡ଼ିଶାରେ ନକ୍ସଲ ଦମନ ସଫଳ ହୋଇଛି: ବିଏସଏଫ ଆଇଜି

Spread the love

Mkg-naxal-police-firing

ଭୁବନେଶ୍ବର: ଓଡ଼ିଶାରେ ନକ୍ସଲ ଗଡ଼ ଦମନ ହୋଇଛି। ଏଭଳି କହିଛନ୍ତି ବିଏସଏଫ ଆଇଜି। ସେ କହିଛନ୍ତି, ନକ୍ସଲ ଗଡ଼ କୋରାପୁଟ ଓ ମାଲକାନଗିରିରୁ ନକ୍ସଲ ସଙ୍ଗଠନ ଛତ୍ରଭଙ୍ଗ ଦେଇଛନ୍ତି। ମାଟି ଭିତରେ ଲୁଚାଇଥିବା ଅନେକ ମାଓ ସାମଗ୍ରୀ ଜବତ କରୁଛି ବିଏସଏଫ। କନ୍ଧମାଳ ଉପରେ ବିଏସଏଫର ସ୍ବତନ୍ତ୍ର ଫୋକସ ରହିଛି। ମାଓ ଦମନ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁଛି ବୋଲି ବିଏସଏଫ ଆଇଜି କହିଛନ୍ତି।
ବିଏସଏଫର ଅପରେସନ ପାଇଁ ମାଓପ୍ରବଣ ଅଞ୍ଚଳର ଚିତ୍ର ବଦଳିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ବୌଦ୍ଧରେ କିଛି ଅଞ୍ଚଳରେ ନକ୍ସଲଙ୍କ ଅଳ୍ପ ସଂଖ୍ୟା ରହିଛି। ଡ୍ରୋନ ସାହାଯ୍ୟରେ ନକ୍ସଲ ଗଡ଼ ଉପରେ ନଜର ରଖିଛି ବିଏସଏଫ୍।

Leave a Reply

Your email address will not be published. Required fields are marked *