ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା

Spread the love

loot-4-1

ଭୁବନେଶ୍ୱର: କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। ଏହି ଚୋରିର ଦୃଶ୍ୟ ସିସିଟିଭରେ କଏଦ ହୋଇଛି। ଝାରପଡ଼ା ଜଗନ୍ନାଥ ନଗରରେ ବିଭୁ ପ୍ରସାଦ ମହାପାତ୍ରଙ୍କ ଘରୁ ଏହି ଚୋରି ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ, ମାମି ପାତ୍ର ନାମକ ମହିଳା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରେ ରୋଷେୟା ଭାବେ ଫ୍ରେବୃଆରୀ ମାସରୁ କାମ କରିଆସୁଥିଲା । ମାସକୁ ୪ ହଜାର ଟଙ୍କା ଦରମା ନେଉଥିଲେ । ବିଭୂପ୍ରସାଦଙ୍କ ଘର କାମ ଚାଲିଥିିବାରୁ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଯୋଗ ଦେଖି ଲୁଟିଥିଲା କାମବାଲି । ଆଲମିରାରୁ ପାଖାପାଖି ୧ଲକ୍ଷ ଟଙ୍କା ଚୋରି କରିଥିଲା । ଆଉ ଚୋରି ସମୟର ସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ପରିବାର ଲୋକେ ଏତଲା ଦେଇଛନ୍ତି । ପୋଲିସି ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *