ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ
ଗିରଫ ହେଲେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀ । ଦୁଇ ଦିନ ହେଲା ଥାନା ବାବୁଙ୍କ ଘରେ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ । ୩୭ ଲକ୍ଷ ୨୭ ହଜାର ନଗଦ ଟଙ୍କା ଜବତ ହୋଇଛି । ଗତକାଲିଠୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ ।
ବଣ୍ଡଲ ବଣ୍ଡଲ ୫୦୦ ଟଙ୍କିଆ, ୨୦୦ ଓ ଶହେ ଟଙ୍କିଆ ନୋଟ୍ ମିଳିଥିଲା । ସୁଶାନ୍ତ ଶତପଥୀଙ୍କ କଟକ ବକ୍ସିବଜାର ମହିଳା ଥାନା ନିକଟରେ ଥିବା ସରକାରୀ ବାସଭବନରୁ ଆଜି ସକାଳେ ପ୍ରଥମେ ମିଳିଥିଲା ୨୫ ଲକ୍ଷ ଟଙ୍କା । ପରେ ସର୍ଚ୍ଚ ବେଳେ ଜବତ ହୋଇଥିଲା ଆଉ ୪ ଲକ୍ଷ ନଗଦ କ୍ୟାସ୍ ।
ଗତକାଲି ୨ ଲକ୍ଷ ୭୦ ହଜାର ଟଙ୍କା ଧରି ଓଏସଆରଟିସି ବସରେ ବୈପାରୀଗୁଡ଼ାରୁ କଟକ ଆସୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଜୟପୁରରୁ ଧରିଥିଲା । ପରେ ବୈପାରିଗୁଡା ଥାନା ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଓ ସରକାରୀ କ୍ବାର୍ଟର୍ସରୁ ଜବତ ହୋଇଥିଲା ୩ ଲକ୍ଷ ଟଙ୍କା ।