ସେନାକୁ ମିଳିବ ୧୫୬ଟି ‘ପ୍ରଚଣ୍ଡ’ ହେଲିକପ୍ଟର

Spread the love

para

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଭାରତୀୟ ସେନା ଓ ବାୟୁସେନାର ଶକ୍ତି ବଢ଼ିବାକୁ ଯାଉଛି। ଆସନ୍ତା ନଭେମ୍ବର ୩୦ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି)ର ଏକ ବୈଠକ ବସିବ। ଏହି ବୈଠକରେ ସେନା ପାଇଁ ୧୫୬ଟି ଲଢୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିପାରେ। ଏହି ଚୁକ୍ତି ୪୫ ହଜାର କୋଟି ଟଙ୍କାର ହେବ। ୧୫୬ଟି ମଧ୍ୟରୁ ସେନାକୁ ୯୦ଟି ହେଲିକପ୍ଟର ଓ ବାୟୁସେନାକୁ ୬୬ଟି ହେଲିକପ୍ଟର ମିଳିବ।

ଏହି ହେଲିକପ୍ଟରର ନାମ ପ୍ରଚଣ୍ଡ। ଏହାକୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ ବା ହାଲ୍ ପ୍ରସ୍ତୁତ କରିଛି ଏବଂ ସେନାର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ଏହା ମରୁଭୂମିରୁ ସିଆଚେନ୍ ଏବଂ ପୂର୍ବ ଲଦାଖ ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟ କରିପାରିବ । ଏହା ହେଉଛି ଏକମାତ୍ର ଆଟାକ୍ ହେଲିକପ୍ଟର, ଯାହା ୧୬୪୦୦ ଫୁଟ ଉଚ୍ଚରେ ଅବତରଣ କରି ଉଡ଼ିପାରିବ। ଏହାର ଲମ୍ବ ୫୦ ଫୁଟରୁ ଅଧିକ ଏବଂ ଉଚ୍ଚତା ପାଖାପାଖି ୧୫ ଫୁଟ । ଏହି ହେଲିକପ୍ଟର ୫.୮ ଟନ୍ ଓଜନର ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ସହ ଉଡ଼ିପାରିବ। ଏହାର ବେଗ ଘଣ୍ଟା ପ୍ରତି ୨୬୮ କିଲୋମିଟର ରହିଛି। ଏଥିରେ ୨ଟି ଇଞ୍ଜିନ୍ ଓ ୨ଜଣ ପାଇଲଟ୍ ଅଛନ୍ତି।

ପ୍ରଚଣ୍ଡ ହେଲିକପ୍ଟରରେ ୨୦ ମିଲିମିଟର କ୍ୟାଲିବର ବନ୍ଧୁକ ଏବଂ ୭୦ ମିଲିମିଟର ରକେଟ୍ ରହିଛି। ଏଥିରେ ଆକାଶରୁ ଆକାଶକୁ ଏବଂ ଆକାଶରୁ ସ୍ଥଳଭାଗକୁ କ୍ଷେପଣାସ୍ତ୍ର ରହିଛି। ଯାହା ଶତ୍ରୁ ପକ୍ଷର ଟ୍ୟାଙ୍କ, ବଙ୍କର ଓ ଡ୍ରୋନକୁ ମଧ୍ୟ ଧ୍ୱଂସ କରିପାରିବ ।

Leave a Reply

Your email address will not be published. Required fields are marked *