ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ବ୍ୟବସ୍ଥା, ୧୫ ଡାକ୍ତରଙ୍କ ଛୁଟି ବାତିଲ

Spread the love

capital-hospital-750x430-1

ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ତେବେ ଦୀପାବଳି ପାଇଁ କ୍ୟାପିଟାଲ ହସ୍ପିଟାଲରେ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ଯେକୌଣସି ପରିସ୍ଥିତି ମୁକାବିଲା ନେଇ କରାଯାଇଛି ପ୍ରସ୍ତୁତ। ବାଣଫୁଟା ଜନିତ ଦୁର୍ଘଟଣା ମୁକାବିଲା ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ପ୍ରସ୍ତୁତ କରାଯାଇଛି।

ଅନ୍ୟପଟେ ୧୫ ଜଣ ଡାକ୍ତରଙ୍କ ଛୁଟି ବାତିଲ ହୋଇଛି। କାରଣ ଏହି ସମୟରେ ଯଦି କେହି ବାଣ ଫୁଟାଇବା ସମୟରେ ଆହତ ହୁଅନ୍ତି ତେବେ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା ଦିଆଯିବା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେହିପରି ଅତିରିକ୍ତ ନର୍ସ, ଆଟେଣ୍ଡାଣ୍ଟ, ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ବ୍ୟାପକ ଗଜ କପଡା ସହ ବର୍ଣ୍ଣ ୟୁନିଟ ସଜାଗ ରହିଛି।

କାର୍ଡିଓଲୋଜି, ଇଆଣ୍ଡଟି, ମେଡିସିନ, ପେଡିଆଟିକ୍, ଚର୍ମ, ଅଙ୍କଲୋଜି ବିଭାଗର ଅତିରିକ୍ତ ଡାକ୍ତର ନିୟୋଜିତ ହୋଇଛନ୍ତି। କାଜୁଆଲିଟି ସହ ୩୦ ରୁ ଅଧିକ ଅତିରିକ୍ତ ବେଡ ମହଜୁଦ ରହିଛି। ବେଡ ସହ ଆଇସିୟୁ ଏବଂ ଭେଣ୍ଟିଲେଟର ପ୍ରସ୍ତୁତ ରହିଛି ହସ୍ପିଟାଲ। ୩ଟି ସିଫ୍ଟରେ ସ୍ପେଶାଲିଷ୍ଟ ଡାକ୍ତର ଡ୍ୟୁଟି କରିବେ। ଏନେଇ ସୂଚନା ଦେଇଛନ୍ତି ଡେପୁଟି ସୁପରିଟେଣ୍ଡଣ୍ଟ ଧନଞ୍ଜୟ ଦାଶ।

Leave a Reply

Your email address will not be published. Required fields are marked *