“ମୋ ବୋକାମୀରୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲା” ଜିତନରାମଙ୍କ ଉପରେ ରାଗିଲେ ନୀତୀଶ

Spread the love

IMAGE_1699532006

ପାଟନା : ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ଉପରେ ରାଗିଯାଇଥିଲେ ଏବଂ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ।
ସଂରକ୍ଷଣ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଝୀ ଭାଷଣ ଦେଉଥିବା ବେଳେ ଏହି ଘଟଣା ଘଟିଥିଲା। ବିଲ୍ ଉପରେ ଆଲୋଚନା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ କହିଥିଲେ ଯେ ବିହାରରେ ହୋଇଥିବା ଜାତିଗତ ଜନଗଣନାରେ ମୁଁ ବିଶ୍ୱାସ କରେ ନାହିଁ। ପ୍ରତି ୧୦ ବର୍ଷରେ ସଂରକ୍ଷଣ ର ସମୀକ୍ଷା ପାଇଁ ଆଲୋଚନା ହେଉଥିଲେ ମଧ୍ୟ ବିହାର ସରକାର ସଂରକ୍ଷଣର ସମୀକ୍ଷା କରିଛନ୍ତି କି ବୋଲି ମାଝୀ କହିଛନ୍ତି।
ଏକଥା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜିତନ ରାମ ମାଝୀଙ୍କ ଉପରେ ରାଗି ଯାଇ ମାଂଝୀଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ । ନୀତୀଶ କୁମାର ଏତେ ରାଗିଯାଇଥିଲେ ଯେ ଜୀତନଙ୍କୁ ତୁ-ତା କହିବାକୁ ପଛେଇନଥିଲେ । ନୀତୀଶ କହିଥିଲେ ଯେ “ମୋ ମୁର୍ଖତାରୁ ସେ ମୁଖ୍ୟମନ୍ତ୍ରୀ ହୋଇଥିଲା । ଏବେ ସେ ରାଜ୍ୟପାଳ ହେବା ପାଇଁ ବିଜେପି ପଛରେ ବୁଲୁଛି । ସେ ମୋ ଆଗରେ କହୁଛି ମୁଁ ମୁଖ୍ୟମନ୍ତ୍ରୀ ଥିଲି, କିନ୍ତୁ ତାର କଣ ଆଇଡିଆ ଅଛି ଯେ ତାକୁ ମୁଁ ମୁଖ୍ୟମନ୍ତ୍ରୀ କରିଥିଲି ବୋଲି ।“

Leave a Reply

Your email address will not be published. Required fields are marked *