ରକ୍ତମୁଖା କଲରାପତରିଆ ବାଘ; ନାବାଳକଙ୍କ ପରେ ମହିଳାଙ୍କୁ ମାରି ଖାଇଲା

Spread the love

Tiger_1699086010

ସୁନାବେଡା : ମାତ୍ର ୫ ଦିନ ବ୍ୟବଧାନରେ ପୁଣି ଥରେ ମାତିଲା କଲରାପତରିଆ ବାଘ। ଜଣେ ନାବାଳକଙ୍କୁ ଝାମ୍ପି ଖାଇବା ପରେ ଆଜି ଜଣେ ମହିଳାଙ୍କୁ ମାରି ଖାଇଛି କଲରାପତରିଆ ବାଘ। ନୂଆପଡ଼ା ସଦର ରେଞ୍ଜ ଧରମବନ୍ଧା ସେକ୍ସନରେ ଏକ କଲରାପତରିଆ ବାଘ ଏପରି ଆତଙ୍କ ଖେଳାଇଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।
ବାଘଟି ସିଲିଆରିବାହାରା ଗାଁର ଜଣେ ମହିଳାଙ୍କୁ ବାଘଟି ଜଙ୍ଗଲରେ ମାରି ଖାଇଦେଇଛି। ଗତକାଲି ମହିଳାଜଣଙ୍କ ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ । ଆଜି ମହିଳାଙ୍କୁ ବାଘ ମାରି ଖାଉଥିବା ଲୋକେ ଦେଖିଥିଲେ ।
ଗତ ୩୦ ତାରିଖରେ ବାଘଟି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ ୮ ବର୍ଷର ନାବାଳକକୁ ମାରି ଦେଇଥିଲା। ମୃତ ବାଳକର ନାଁ ଡମ୍ବରୁଧର ଧରୁଆ।
ସନ୍ଧ୍ୟାରେ ନାବାଳକଟି ଘର ପାଖରେ ଖେଳୁଥିବା ବେଳେ ତାକୁ ବାଘ ଝାମ୍ପି ନେଇଥିଲା। ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ବାଘକୁ ଗୋଡ଼ାଇ ଥିଲେ। ଏହାପରେ ବହୁ ଖୋଜାଖୋଜି ପରେ ଏକ ଗୁମ୍ଫାରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ତାର ମୃତ୍ୟୁ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *