ପାଣିଟାଙ୍କି ପାଇଁ ମାଟି ଖୋଳା କାମ ଚାଲିଥିବା ବେଳେ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କ ସୁନାର ପ୍ରତିମା

Spread the love

F92eowLXkAAVTry

ନୂଆଦିଲ୍ଲୀ: ମାଟି ତଳୁ ଭଗବାନ ବିଷ୍ଣୁଙ୍କ ପ୍ରତିମା ମିଳିବାର ଖବର ଆଖି ପିଛୁଳାକେ ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଫଳରେ ଭଗବାନ ବିଷ୍ଣୁଙ୍କ ସୁନାର ପ୍ରତିମା ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳମାତ୍ରାରେ ଭିଡ ଜମିଛି। ଏଥିସହିତ ଲୋକେ ସେଠ‌ାରେ ହୁଳହୁଳି, ହରିବୋଲ ପକାଇ, ମନ୍ତ୍ରା ଉଚ୍ଚାରଣ କରି ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଛନ୍ତି ।
ଏହି ଘଟଣାଟି ଉତ୍ତରପ୍ରଦେଶର ପିଲିଭିତରେ ଦେଖିବାକୁ ମିଳିଛି। ଏଠାରେ ପାଣିଟାଙ୍କି ପାଇଁ ମାଟିଖୋଳା କାମ ଚାଲିଥିଲା। ଏହି ସମୟରେ ଶ୍ରମିକମାନେ କିଛି ଗୋଟେ ଜିନିଷ ମାଟି ତଳେ ପୋତି ହୋଇ ରହିଥିବା ଅନୁମାନ କରିଥିଲେ ।
ଏହାପରେ ତାହାକୁ ଖୁବ ଯତ୍ନର ସହ ମାଟିରୁ ବାହାରକୁ ବାହାର କରିଥିଲେ। ଆଉ ସଫା କରିଥିଲେ। ସଫା କରିବା ପରେ ଜଣାପଡିଥିଲା କି ମାଟି ତଳୁ ବାହାରିଥିବା ପ୍ରତିମା ଭଗବାନ ବିଷ୍ଣୁଙ୍କର ତାହା ପୁଣି ସୁନାର ରହିଛି। ଖବରଟି ସମଗ୍ର ଅଞ୍ଚଳରେ ପହଞ୍ଚିବା ପରେ ଲୋକମାନେ ଏହାକୁ ଭଗବାନଙ୍କର ଚମତ୍କାର ବୋଲି କହିବା ସହିତ ଏଦୃଶ୍ୟ ଦେଖିଥିବା ଲୋକେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *