ସବରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କଲେ ସୋମାଲିକା ଦାଶ

Spread the love

somalika

କଟକ : କଟକ ସବରେଜିଷ୍ଟ୍ରାର ଅଫିସରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା। ବିଜୟ ଶଙ୍କରଙ୍କ ବୟସକୁ ନେଇ ଅଭିଯୋଗ କରିଛନ୍ତି । ଗତକାଲି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୋମାଲିକା । କଟକ ସଵ ରେଜିଷ୍ଟ୍ରାରଙ୍କ ନିକଟରେ ବିଜୟ ଶଙ୍କର କରିଥିବା ବିବାହ ଆବେଦନ ଉପରେ ରହିତାଦେଶ ପାଇଁ ଏହି ଆବେଦନ। କଟକ ସଵ ରେଜିଷ୍ଟ୍ରାରଙ୍କୁ ପକ୍ଷ କରି ମାମଲା ଦାୟର କଲେ ସୋମାଲିକା। ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି ବିଜୟ ଶଙ୍କର।

ସୂଚନା ଯୋଗ୍ୟ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଗତ ସେପ୍ଟେମ୍ବର ୨୧ତାରିଖରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ କଟକସ୍ଥିତ ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଯାହା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ସୋମାଲିକା ଏହାକୁ ଜୋରଦାର ବିରୋଧ କରିଥିଲେ । ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବିଜୟଶଙ୍କରଙ୍କ ବିବାହକୁ ସେ ବିରୋଧ କରିବେ ବୋଲି ସୂଚନା ଦେଇଥିଲେ । ଏବେ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ବିଜୟଶଙ୍କରଙ୍କ ବିବାହକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *