ବାଲୁକା କଳାରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଲେ ବାଲୁକାଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ
ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳାରେ ୨୫ ଫୁଟର ଝାଡୁ ଧରି ସ୍ଵଛତା କାର୍ଯ୍ୟକ୍ରମ କରୁଥିବା ମୋଦିଙ୍କ ଏକ ଅବିକଳ ବାଲୁକାକଳା ଆଙ୍କିଛନ୍ତି । ଏଥିରେ ରଙ୍ଗ ବେରଙ୍ଗର ପ୍ରାୟ ୧ଶହ ଡ଼ଷ୍ଟବିନ ଆଙ୍କିଛନ୍ତି । ଆଜିର ଏହି ଦିନରେ ଭାରତୀୟ ଏକ ହୋଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଶ୍ରମଦାନ କରି ପରିବେଶ ସ୍ଵଛତା ଦିଗରେ କାର୍ଯ୍ୟ କରିବା ପାଇଁ ସୁଦର୍ଶନ ନିଜର ବାଲୁକାକଳା ମାଧ୍ୟମରେ ଆହ୍ଵାନ ଦେଇ କହିଛନ୍ତି ।