ସୁନ୍ଦରଗଡରେ ୨୪ ଘଣ୍ଟାରେ ପୁଣି ୩ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ
ଗତକାଲି ଭୁବନେଶ୍ବରରୁ ୬ ଜଣିଆ ମେଡିକାଲ ଟିମ୍ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ସିଡିଏମଓଙ୍କ ସହ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛି ଏହି ଟିମ୍ । ପରେ ବରଗଡ ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି । ପ୍ରଫେସର ଡକ୍ଟର ସମୀର ଗୁଲାଟି, ପବ୍ଲିକ୍ ହେଲଥ୍ ସ୍ପେଶାଲିଷ୍ଟ ଡେପୁଟି ଡାଇରେକ୍ଟର ଡକ୍ଟର ତୁଷାର ନାଲେ , ଆଇଡିଏସପି ଇଆଇଏସ୍ ଅଫିସର ଆରୁଷି ଘାଇ ପ୍ରମୂଖ ଏହି ଟିମ୍ ରେ ସାମିଲ ରହିଥିଲେ ।