ଇସ୍କନ ଦେଶର ସବୁଠୁ ବଡ ଠକ ସଂଗଠନ : ମାନେକା ଗାନ୍ଧି

Spread the love

men

ବିଜେପି ସାଂସଦ ମାନେକା ଗାନ୍ଧି ‘ଇଣ୍ଟରନ୍ୟାସନାଲ ସୋସାଇଟି ଫର୍‌ କୃଷ୍ଣ କନସିଓସାନସ ଇସ୍କନ ଉପରେ ଅଭିଯୋଗ କରିଛନ୍ତି । ଇସ୍କନକୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି କହିଛନ୍ତି ମାନେକା ଗାନ୍ଧି । ମାନେକା ଅଭିଯୋଗ କରିଛନ୍ତି ଯେ, ଇସ୍କନ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ତେବେ ମେନକାଙ୍କ ଏହି ଅଭିଯୋଗରେ ଇସ୍କନ ମଧ୍ୟ ଉତ୍ତର ଦେଇଛି ।

ଭିଡିଓରେ ସେ କହିଛନ୍ତି ଯେ ‘ଭାରତରେ ଏହି ସମୟରେ ସବୁଠାରୁ ବଡ ଠକ ହେଉଛି ଇସ୍କନ ।   ‘ଇସ୍‌କନ୍‌’ ତା’ର ଗାଈ ସବୁ କଂସେଇମାନଙ୍କୁ ବିକ୍ରି କରୁଛି। ସେମାନେ ଯେତେ ଗାଈ ବିକୁଛନ୍ତି, ସେତେ ଗାଈ ଅନ୍ୟ କେହି ବିକ୍ରି କରୁନାହାନ୍ତି। ଏମିତି କରି ସେମାନେ ବାଟଘାଟରେ ‘ହରେ ରାମ ହରେ କୃଷ୍ଣ’ ଗାଉଛନ୍ତି। ଇସ୍କନ ଗୋଶାଳା ପ୍ରତିଷ୍ଠା କରିଥିଲା, ଯାହାକୁ ଚଳେଇବା ପାଇଁ ସରକାରଙ୍କ ଠାରୁ ଅନେକ  ଜମି ଏବଂ ଲାଭ ମିଳିଥାଏ । ମେନକା କହିଛନ୍ତି ଯେ ‘ମୁଁ ଏବେ ଅନନ୍ତପୁର ଗୋଶାଳା ପରିଦର୍ଶନ କରିଥିଲି । ସେଠାରେ ଗୋଟିଏ ବି ସୁଖି ଗାଈ ନାହାନ୍ତି ।  ସେଠାରେ ଗୋଟିଏ ବାଛୁରୀ ମଧ୍ୟ ନାହିଁ । ଏହାରମାନେ ସମସ୍ତ ଗାଈଙ୍କୁ ବିକ୍ରି କରାଯାଉଛି ।

ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ପୂରା ଜୀବନ କ୍ଷୀର ଉପରେ ନିର୍ଭରଶୀଳ । ହେଲେ କୌଣସି ବ୍ୟକ୍ତି ଏତିକି ଗାଈ ବିକ୍ରି କରିଥିବେ, ଯେତିକି ଏମାନେ ବିକ୍ରି କରିଛନ୍ତି । ଯଦି ଏମାନେ ଗାଈ ବିକ୍ରି କରିପାରିବେ ତାହେଲେ ଅନ୍ୟ ଲୋକଙ୍କ ବିଷୟରେ ଭାବନ୍ତୁ’ । ବିଜେପି ସାଂସଦଙ୍କର ଏହି ଭିଡିଓ ଜୋରସୋର ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରୟା ଦେବା ସହ ଇସ୍କନ ମଧ୍ୟ ଏହାକୁ ନେଇ ପ୍ରତିକ୍ରୟା ଦେଇଛି ।

ମାନେକାଙ୍କ ଏହି ଅଭିଯୋଗକୁ ଇସ୍କନ ମିଛ ଏବଂ ଭିତ୍ତୀହିନ ବୋଲି କହିଛନ୍ତି । ଇସ୍କନର ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦ ଦାସ ସୋସିଆଲ ମିଡିଆରେ ଟ୍ଵିଟରରେ ଲେଖିଛନ୍ତି ଯେ ‘ଇସ୍କନ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଗାଈ ଓ ବଳଦଙ୍କୁ ସୁରକ୍ଷା ଏବଂ ଦେଖାରେଖା କରିବାରେ ସବୁଠାରୁ ଆଗରେ ରହିଛି । ଏଠାରେ ଗାଈ ଓ ବଳଦଙ୍କର ଯତ୍ନ ନିଆଯାଏ । ଅଭିଯୋଗ ଅନୁଯାଇ କଂସେଇଙ୍କୁ ବିକ୍ର କରାଯାଉ ନାହିଁ ।

ଏହାକୁ ନେଇ ମନ୍ଦିର ପ୍ରଶାସନ କହିଛନ୍ତି ଯେ ‘ ଇସ୍କନ ବିଶ୍ୱର ଅନେକ ସ୍ଥାନରେ ଗାଈଙ୍କୁ ସୁରକ୍ଷା ଦେଉଛନ୍ତି। ଭାରତରେ ଇସ୍କନ ୬୦ରୁ ଅଧିକ ଗୋଶାଳା ଚଳାଉଛି ।  ଗୋଶାଳର ରହୁଥିବା ଗାଇମାନେ ଏମିତି ହୋଇଥାଏ ଯେଉଁମାନଙ୍କୁ ହତ୍ୟାରୁ ଉଦ୍ଧାର କରାଯାଇଥିବ ନଚେତ୍‌ ଆହତ ଗାଈଙ୍କୁ ଚିକିତ୍ସା ଦିଆଯାଉଥିବ ।

Leave a Reply

Your email address will not be published. Required fields are marked *