ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ: ୩୫ ମୃତ

Spread the love

fi

ଅବୁଜା: ନାଇଜେରିଆରେ ବଡ଼ ଧରଣର ଦୁର୍ଘଟଣା। ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବେନିନର ଏକ ତୈଳ ଡିପୋରେ ବିସ୍ଫୋରଣ ଘଟିବାରୁ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବେନିନର ଆଭ୍ୟନ୍ତରୀଣ ଏବଂ ଜନ ସୁରକ୍ଷା ମନ୍ତ୍ରଣାଳୟ।

ସୂଚନାନୁସାରେ, ଏହି ଅଗ୍ନିକାଣ୍ଡ ଶନିବାର ରାତିରେ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ତୈଳ ଡିପୋରେ ବିସ୍ଫୋରଣ ହୋଇଥିଲା । ପରେ ଧୁଆଁ ଧୁଆଁ ହୋଇଯାଇଥିବା ସ୍ଥାନୀୟ ଆକାଶ। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ ଏବଂ ମେଡିକାଲ ଟିମକୁ ନିୟୋଜିତ କରାଯାଇଥିଲା। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡଟି ନାଇଜେରିଆର ଦକ୍ଷିଣ ସହର ସେମେ ପୋଡଜୀଠାରେ ଏକ ଚୋରା ଚାଲାଣ ଇନ୍ଧନ ଗୋଦାମରେ ହୋଇଛି। ଏଠାରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ। ଏହି ସମୟରେ ଏଠାରେ ବିସ୍ଫୋରଣ ହୋଇଥିଲା। ବେନିନ୍‌ର ପେଟ୍ରୋଲ ଏହାର ପୂର୍ବ ପଡୋଶୀ ନାଇଜେରିଆରୁ ଆସିଥାଏ। ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ। ଏଠାରେ ଇନ୍ଧନ ଶସ୍ତା ଅଟେ। ବେନିନ୍ ସହର ଏବଂ ପଡ଼ୋଶୀ ରାସ୍ତାରେ ବିକ୍ରି ହେଉଥିବା ହଜାର ହଜାର ଲିଟର ପେଟ୍ରୋଲ ସାଧାରଣତଃ ବେନିନ୍-ନାଇଜେରିଆ ସୀମାରେ ଥିବା ଷ୍ଟେସନରୁ ଆସିଥାଏ। ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା । ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେସନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ ।

Leave a Reply

Your email address will not be published. Required fields are marked *