କ୍ରେଡିଟ୍‌ ସୁଇସ୍‌କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ପୈଠ କରିବ ସ୍ପାଇସଜେଟ୍‌

Spread the love

spc

ନୂଆଦିଲ୍ଲୀ: କମ୍‌ ଦାମ୍‌ରେ ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍‌ ସ୍ପାଇସଜେଟ୍‌ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ଆଦେଶ। ସୁପ୍ରିମକୋର୍ଟ ସ୍ପାଇସଜେଟ୍‌ର ଚେୟାରମ୍ୟାନ୍‌ ଏବଂ ମ୍ୟାନେଜିଙ୍ଗ୍‌ ଡାଇରେକ୍ଟର ଅଜୟ ସିଂହଙ୍କୁ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍‌ ଏବଂ ଫାଇନାନ୍ସସିଆଲ ସର୍ଭିସ କମ୍ପାନି କ୍ରେଡିଟ୍‌ ସୁଇସ୍‌କୁ ପ୍ରତି ମାସରେ ୧୦ ଲକ୍ଷ ଡଲାରର ପେମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେମେଣ୍ଟ ସ୍ପାଇସଜେଟ୍‌କୁ ଆଗାମୀ ଛଅ ମାସ ପର୍ଯ୍ୟନ୍ତ କରିବାକୁ ହେବ।

ସ୍ପାଇସଜେଟ, କ୍ରେଡିଟ୍‌ ସୁଇସକୁ ସବୁ ମାସରେ ପାଞ୍ଚ ଲକ୍ଷ ଡଲାର ସାଧାରଣ ପେମେଣ୍ଟ ସହ ଛଅ କିସ୍ତିରେ ୩୦ ଲକ୍ଷ ଡଲାରର ବକେୟା ମଧ୍ୟ ପରିଶୋଧ କରିବ। ଏହିଭଳି ଭାବରେ ଦେଖିଲେ ସ୍ପାଇସଜେଟ୍‌, କ୍ରେଡିଟ୍‌ ସୁଇସ୍‌କୁ ପ୍ରତିମାସରେ ୧୦ ଲକ୍ଷ ଡଲାର ଟ୍ରାନ୍ସଫର କରିବ। ଶୁକ୍ରବାର ଜଷ୍ଟିସ୍‌ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ୍‌ ଅମାନୁଲ୍ଲାହଙ୍କ ବେଞ୍ଚ ଏହି ଆଦେଶ ଦେଇଥିଲେ । ମାମଲାରେ ଅକ୍ଟୋବର ୨୦ରେ ଆଗାମି ଶୁଣାଣି ହେବ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍‌ରେ ଅଜୟ ସିଂ ସ୍ପାଇସଜେଟର ଚୁକ୍ତିନାମା ଅନୁଯାୟୀ ଧାର୍ଯ୍ୟ ସମୟ ପୂରଣ ନକରିବାରୁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଛନ୍ତି । ଶୁଣାଣି ପରେ ସ୍ପାଇସଜେଟର ମୁଖପାତ୍ର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ପୂର୍ବ ନିର୍ଦ୍ଦେଶଗୁଡିକର ପାଳନକୁ ଦୃଷ୍ଟିରେ ରଖି ଆସନ୍ତା ମାସ ମଧ୍ୟରେ ସୁପ୍ରିମକୋର୍ଟ ୩୦ ଲକ୍ଷ ଡଲାରର ଦେୟ ଦେବାକୁ ସହମତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *